ଢେଙ୍କାନାଳ ଜିଲ୍ଲାରେ କେହିବି ଶିକ୍ଷାରୁ ବଞ୍ଚିତ ହେବେ ନାହିଁ !

ଢେଙ୍କାନାଳ : ୧୦.୯.୨୦୨୪ ଓ ୧୨.୦୯.୨୦୨୪ ଦୁଇଦିନ ଧରି ଡାଇଏଟ୍ ସମ୍ମେଳନୀ କକ୍ଷରେ ସିଆରସିସି ମାନଙ୍କର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାରେ ଦୀର୍ଘ ଦିନଧରି ଅନୁପସ୍ଥିତ ଥିବା ଛାତ୍ର ଛାତ୍ରୀ, ବିଦ୍ୟାଳୟରେ ନାମ ଲେଖାଇ ନଥିବା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇ ନ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ପୁନଃ ବିଦ୍ୟାଳୟ ଆସିବାକୁ ଉତ୍ସାହିତ କରିବା । ଏହି ଅଭିମୁଖୀକରଣ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରେ ସମସ୍ତ ସିଆରସିସି ଏବଂ ମଣ୍ଡଳ ଶିକ୍ଷା ଅଧିକାରୀ ଅଂଶଗ୍ରହଣ କରିଥିଲେ। ଏହା ମଧ୍ୟମରେ ସେମାନଙ୍କୁ ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବା ଓ ସମସ୍ତ ତଥ୍ୟ ଏକତ୍ର କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏହି ତଥ୍ୟଗୁଡ଼ିକ ଶିକ୍ଷକ, ପ୍ରଧାନ ଶିକ୍ଷକ ମାନଙ୍କ ଦ୍ୱାରା ସଂଗ୍ରହ କରାଯିବ ଓ ଜିଲ୍ଲାରେ ସେଗୁଡ଼ିକ ବିଶ୍ଳେଷଣ କରାଯାଇ ପରେ ସମ୍ପୂର୍ଣ୍ଣ ତଥ୍ୟ ଏକତ୍ରିତ ହେବ।ଏହା ପରେ, ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନେ ସେହି ଛାତ୍ର ଛାତ୍ରୀ ମାନଙ୍କ ଘରକୁ ଘର ଯାଇ ତାଙ୍କର ମାତାପିତାମାନଙ୍କୁ ସରପଞ୍ଚ ଓ ଆଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ପରାମର୍ଶ ଦେବେ ଓ ସେମାନଙ୍କୁ ବିଦ୍ୟାଳୟରେ ଭର୍ତ୍ତି କରିବା ପାଇଁ ଉତ୍ସାହିତ କରିବେ। ବିଦ୍ୟାଳୟରେ ଅବସ୍ଥାନ କରିବାରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରି ମାଟ୍ରିକ୍ ଛାତ୍ରବୃତ୍ତି ଯୋଜନାର ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ଏହା ଜିଲ୍ଲା ଶିକ୍ଷା ବିଭାଗ ଓ ପିରାମଲ୍ ଫାଉଣ୍ଡେସନ୍‌ର ସମ୍ମିଳିତ ପ୍ରୟାସରେ ହେଉଛି।ଏହି ଅଭିମୁଖୀକରଣ କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀଣି ସସ୍ମୀତା ସାହୁ , ଡାଇଏଟ୍ ପ୍ରାଧାନ ଲକ୍ଷ୍ମଣ କୁମାର ସାହୁ , ପେଡାଗୋଗି କୋର୍ଡିନେଟର ଶୁଭ ଲକ୍ଷ୍ମୀ ସାହୁ , ଜିଲ୍ଲା ଏମଆଇଏସ ପୋଗ୍ରାମର ପ୍ରଜ୍ଞା ଦାସ ,ପିରାମଲ୍ ଫାଉଣ୍ଡେସନ୍‌ର ସମସ୍ତ କାର୍ଯ୍ୟକର୍ତ୍ତା , ଗାନ୍ଧୀ ଫେ୍ଲୋ ଏବଂ କରୁଣା ଫେ୍ଲୋ ଓ ଜିଲ୍ଲାର ସମସ୍ତ ସିଆରସିସି ମାନେ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ମାନେ ଏକ ସୁସଂଘଟିତ ରୂପେ ତଥ୍ୟ ସଂଗ୍ରହ କରିବାକୁ ସମର୍ଥ ହେବା ଓ ଯାହା ଦ୍ୱାରା ଦୀର୍ଘ ଅନୁପସ୍ଥିତ ଛାତ୍ର ଛାତ୍ରୀ, ବିଦ୍ୟାଳୟରେ ନାମ ଲେଖାଇ ନଥିବା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମାଧ୍ୟମିକ ବିଦ୍ୟାଳୟରେ ନାମ ନଲେଖା ଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କର ମାନସିକତାରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ ମିଳିବ l

Leave A Reply

Your email address will not be published.

2 + 1 =