ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ !

ଢେଙ୍କାନାଳ: ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ଆନ୍ତର୍ଜାତୀୟସାକ୍ଷରତା ଦିବସ ରବିବାର ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରାସହର ପରିକ୍ରମା କରିଥିଲା । ସିଆର୍‌ସିସି ଦିଲ୍ଲୀପ ନାୟକ, ଝସକେତନ ପ୍ରଧାନ, ସଞ୍ଜିବ ମହାପାତ୍ର, ସାଧନା ମହାନ୍ତିପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀଙ୍କଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା । ସାକ୍ଷରତା ପ୍ରଗତିର ଚାବିକାଠି । ଯେଉଁ ସମାଜରେ ଯେତେ ଅଧିକସ୍ୱାକ୍ଷର, ସେ ସମାଜ ସେତେ ଅଧିକ ପ୍ରଗତିଶୀଳ । ତେଣୁ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ସାକ୍ଷରତା ହାର ବୃଦ୍ଧିକରିବା ପାଇଁ ସେମାନଙ୍କ ନିଜ ପରିବେଶରୁ ଅନ୍ୟୁନ ଜଣେ ଲେଖାଏଁ ନିରକ୍ଷର କୁ ସାକ୍ଷର କରିବା ପାଇଁ ସେ ଆହ୍ୱାନଦେଇଥିଲେ । ସଦର ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦେବବ୍ରତ ନାଥ ମୁଖ୍ୟ ଅତିଥି ଭାବେ ସଭାରେ ଯୋଗଦେଇଥିଲୋ ନିରକ୍ଷରତା ଯୋଗୁଁ ସମାଜରେ ଦୁର୍ନୀତି, ଶୋଷଣ, ଅତ୍ୟାଚାର ଓ କୁସଂସ୍କାର ଭଳି ପ୍ରଗତି ବାଧକ କାର୍ଯ୍ୟ ସମାଜରେ ବୃଦ୍ଧିପାଉଛି ବୋଲି ସେ ମତବ୍ୟକ୍ତ କରିଥିଲେ । ତେଣୁ ସାକ୍ଷରତା ହାର ବୃଦ୍ଧି ଘଟାଇ ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ପାଇଁସେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷକ ପ୍ରଶାନ୍ତ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ, ସିଆର୍‌ସିସି ପ୍ରଭାତୀ ବେହେରା, ପ୍ରମୋଦସାହୁ ଓ ଶିକ୍ଷକ ବିଷ୍ଣୁ ମଲ୍ଲିକ ସହଯୋଗ କରିଥିଲେ ।

Leave A Reply

Your email address will not be published.

19 − twelve =