ହିନ୍ଦୋଳ ମାଆ ଓ ଛୁଆ ହାତୀ କେନାଲରୁ ଉଦ୍ଧାର !

ଢ଼େଙ୍କାନାଳ: ହିନ୍ଦୋଳ ବନାଞ୍ଚଳ ରାସୋଳ ସେକ୍ସନ୍ ସାପୁଆ କେନାଲରୁ ଶନିବାର ଦିନ ସକାଳ ସମୟରେ ଗୋଟିଏ ମାଆ ଓ ଛୁଆ ହାତୀକୁ ବନ ବିଭାଗ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଶୁକ୍ରବାର ରାତିରେ ଖାଦ୍ୟ ଅନ୍ୱେଷଣରେ ଆସି ଗୋଟିଏ ମାଆ ଓ ଛୁଆ ହାତୀ ସାପୁଆ କେନାଲରେ ଫସି ରହିଥିଲେ। ବନ ବିଭାଗର ଦୀର୍ଘ ସମୟ ଉଦ୍ୟମ ପରେ ସୁରକ୍ଷିତ ଭାବେ ଉଭୟ ମାଆ ଓ ଛୁଆ ହାତୀ କୁ କେନାଲରୁ ଉଦ୍ଧାର କରାଯାଇଥିଲା। କେନାଲରୁ ଉଦ୍ଧାର ହେବା ପରେ ସୁରକ୍ଷିତ ଭାବେ ମାଆ ହାତୀ ତାର ଶାବକକୁ ଧରି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲା। ଛୁଆ ପ୍ରତି ମାଆର ଆଦର, ସ୍ନେହ ଓ କର୍ତ୍ତବ୍ୟ କୁ ପ୍ରତ୍ୟକ୍ଷଦର୍ଶୀ ଦେଖି ସେଥି ମଧ୍ୟରୁ କିଛି ଲୋକ ଭାବବିହ୍ୱଳ ହୋଇପଡିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ କେନାଲରେ ଫସି ରହିଥିବା ଛୁଆ ପାଇଁ ମାଆ ହାତୀ ଅପେକ୍ଷା କରିବା ସହ ଛୁଆକୁ କିପରି କେନାଲରୁ ଉଦ୍ଧାର କରିବ ସେଥିପାଇଁ ମାଆ ହାତୀ ବିଭିନ୍ନ ପ୍ରକାରର ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା। କେନାଲରେ ଫସି ରହିଥିବା ମାଆ ଓ ଛୁଆ ହାତୀ କୁ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଲୋକଙ୍କ ଭିଡ ଜମିଥିଲା। ଏକ ଜେସିବି ମେସିନ୍ ସାହାଯ୍ୟରେ ମାଟି ପକାଇ କେନାଲର କିଛି ଅଂଶ ପୋତିବା ପରେ ଉଭୟ ମାଆ ଓ ଛୁଆ ହାତୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ।

Leave A Reply

Your email address will not be published.

four × four =