ପଦ୍ମବଜାର ଲକ୍ଷ୍ମୀପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ସହର ପଦ୍ମ ବଜାର ସ୍ଥିତ ତଳିକ ବୈଶ୍ୟ ମଣ୍ଡପଠାରେ ଲକ୍ଷ୍ମୀ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସଭାପତିତ୍ଵ କର୍ଥିଲେ ଶ୍ରୀକାନ୍ତ କୁମାର ସାହୁ । ସମ୍ପାଦକ ଅନୀଲ ଦାସ ବିବରଣୀ ପାଠ କରିଥିଲେ। ଚଳିତ ବର୍ଷ କେମିତି ଲକ୍ଷ୍ମୀ ପୂଜା ଶାନ୍ତି ଶୃଙ୍ଖଳାରେ କରିବା ସହ ମାଟି ଅନୁକୂଳ କର୍ମ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ପଦ୍ମ ବଜାର ର ଦୋକାନୀ ଭାଈ ମାନେ ଓ ମାଣ୍ଡବ ସାହି ର ସମସ୍ତ ବାସିନ୍ଦା ଯୋଗ ଦେଇଥିଲେ ଓ ଟାଉନ ପ୍ଲାନିଂର କମିଟି ସଦସ୍ଯ ମାନେ ବୈଠକ ରେ ଯୋଗ ଦେଇଥିଲେ। ଏହି ବୈଠକରେ ୧୦୦ ରୁ ଉର୍ଦ୍ଧ୍ବ ସଭ୍ୟ ଯୋଗ ଦେଇଥିଲେ। ସଭାପତି ବିଜୟ କୁମାର ସାହୁ, ସକ୍ରିୟ ସଭାପତି ସୁଶୀଲ କୁମାର ସାହୁ, ସମ୍ପାଦକ ଅନୀଲ ଦାସ, ସହ ସମ୍ପାଦକ ସୁଶୀଲ କୁମାର ଦାସ,କୋଷାଧ୍ୟକ୍ଷ ଦନାରଦନ୍ ସାହୁ, ସହ କୋଷାଧ୍ୟକ୍ଷ ବିଷ୍ଣୁ ଚରଣ ସାହୁ ଓ ଅନ୍ୟ ସଭ୍ୟ ମାନେ ଯୋଗ ଦେଇଥିଲେ। ଶେଷ ରେ ଅନୀଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

4 × three =