ଢ଼େଙ୍କାନାଳ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟିର ଏକ ସାଙ୍ଗଠନିକ ବୈଠକ ଦଳର ସଦର ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସମସ୍ତ ଜୋନାଲ କୋଅର୍ଡିନେଟର ଏବଂ ତାଙ୍କ ସହଯୋଗୀ ମାନେ ଯୋଗ ଦେଇଥିଲେ l ଜିଲ୍ଲା ସଭାପତି ପଙ୍କଜ ନାୟକ ଯୋଗଦେଇ ଭାରତୀୟ ଜନତା ପାର୍ଟି ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିବା ଯୋଜନା ଗୁଡିକରୁ ୟୁଟର୍ନ ନେବା ଦୁର୍ଭାଗ୍ୟ ଜନକ l ସୁଭଦ୍ରା ଯୋଜନାରେ ସମସ୍ତ ମହିଳା ମାନଙ୍କୁ ପଚାଶ ହଜାର ଟଙ୍କା ନଦେଇ କିଛି ମହିଳାଙ୍କୁ କିସ୍ତି କିସ୍ତି କରି ପାଞ୍ଚ ବର୍ଷରେ ଦେବା ଏବଂ ବିଜେପି ନେତା ମାନେ ଖୋଲା ମଞ୍ଚରେ ୩୦୦ ୟୁନିଟ ଫ୍ରି ବିଜୁଳି ଦେବା କହି ପର ମୁହୂର୍ତ୍ତରେ ଓହରି ଯିବା ବିଜେପିର ଜୁମଲାକୁ ପଦାରେ ପକାଇଛି l ଆଗାମୀ ଦିନରେ ଏହା ନକଲେ ଓଡ଼ିଶାର ଜନସାଧାରଣ ଉଚିତ ଜବାବ ଦେବେ ବୋଲି ଶ୍ରୀ ନାୟକ କହିଥିଲେ l ସେଥିପାଇଁ ସଂଗଠନକୁ ସୁଦୃଢ କରି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଦଳ ସଜବାଜ ହେଉଛି l ଦିଲ୍ଲୀରେ ୧୮ ବର୍ଷରୁ ଉର୍ଦ୍ଧ ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ଏକ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଉଛି l ବିଜେପି ଶାସିତ କୌଣସି ରାଜ୍ୟରେ ସେ ସରକାର ୩୦୦ ୟୁନିଟ ଫ୍ରି ବିଜୁଳି ଦେଇପାରୁନାହିଁ l ଓଡ଼ିଶାରେ ମଧ୍ୟ ଦେଇପାରିବନାହିଁ l କେବଳ ଆମ୍ ଆଦମୀ ପାର୍ଟି ହିଁ ଫ୍ରି ବିଜୁଳି ସହିତ ବିଶ୍ୱ ସ୍ତରୀୟ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ସେବା, ପ୍ରତ୍ୟେକ ପରିବାରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଏବଂ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ରୋଜଗାର ଯୋଗାଇ ପାରିବ ବୋଲି କହିଥିଲେ l ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ ବିଜେପି ନେତା ମାନଙ୍କର ଜୁମଲା ଇସ୍ତାହାରକୁ କଟାକ୍ଷ କରିଥିଲେ l ଗତ ଅଗଷ୍ଟ ମାସ ୧୫ ତାରିଖ ଠାରୁ ବିଜେପି ଓଡ଼ିଶାରେ ମଦ ବନ୍ଦ କରିବା କହି ସନାତନ ଧର୍ମର ଅନ୍ୟତମ ଧାମ ତଥା ପର୍ଯ୍ୟଟନ ସ୍ଥଳୀ ପୁରୀ ବେଳାଭୂମିରେ ମଦ ଦୋକାନ/ କୁଟିଆ ଖୋଲି ପର୍ଯ୍ୟଟକ ମାନଙ୍କୁ ମଦ ପରିବେଷଣ ଯୋଜନାକୁ ଭର୍ତ୍ସନା କରିଥିଲେ l ବୈଠକରେ ଜୋନାଲ କୋଅର୍ଡିନେଟର ଏବଂ ତାଙ୍କ ସହଯୋଗୀ ମାନେ ଉପସ୍ଥିତ ଥିଲାବେଳେ ଉପସଭାପତି ଜିତେନ୍ଦ୍ର ବେହେରା, ବିଭୂରଞ୍ଜନ ସାହୁ, ଅନିଲ ସାମଲ, ବ୍ଲକ ସଭାପତି ମନୋରଞ୍ଜନ ପାଳ, ଶେଷଦେବ ବେହେରା, ରୋହିତ ବେହେରା, ସୁବୋଧ ବେହେରା, କାର୍ତ୍ତିକ ସାମଲ, ଅରୁଣ ଦାସ, ନୃସିଂହ ବେହେରା, ସନାତନ ନାଏକ, ଦେବାଶିଷ ନନ୍ଦ, ଉମାନନ୍ଦ ସାହୁ, ଟିକିନା ବେହେରା, ରୁଦ୍ରାଣୀ ନାୟକ, ରଚିତା ନାଏକ,ପିତାମ୍ବର ସାମନ୍ତରାୟ, ସୁମନ୍ତ ଗୋଛାୟତ, ଦେବାଶିଷ ବେହେରା, ରାଜକୁମାର ସାହୁ, ଇଂ ପିତାମ୍ବର ଦାସ, ଆଇନଜୀବି ସରୋଜ ଧଳ ପ୍ରମୁଖ ବିଜେପିର ଜୁମଲା ନୀତିକୁ ବିରୋଧ କରି ନିଜ ନିଜ ବକ୍ତବ୍ୟ ରଖିଥିଲେ l ଜିଲ୍ଲା ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.

5 × five =