ହିନ୍ଦୋଳ ଏନ.ଏ.ସି .ର ବିଭିନ୍ନ କାର୍ଯ୍ୟକଳାପ ରେ ଅସନ୍ତୁଷ୍ଟ କାଉନସିଲର ଜିଲ୍ଲାପାଳଙ୍କୁ ଦେଲେ ଅଭିଯୋଗପତ୍ର !


ହିନ୍ଦୋଳ ରାଜନୀତି ସରଗରମ ୧୪ଅସନ୍ତୁଷ୍ଟ କାଉନସିଲର ବର୍ଜନ କଲେ ସ୍ୱାୟତ୍ତଶାସନ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ.ଏ.ସି. ରେ ବିଭିନ୍ନ କାର୍ଯ୍ୟକଳା ପରେ ଅସନ୍ତୁଷ୍ଟ କାଉନସିଲରମାନେ ଆଜି ଓଡାପଡା ଜନଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ସାକ୍ଷାତକରି ଅଭିଯୋଗ ଦେଇଛନ୍ତି । ଏହାକୁ ନେଇ ହିନ୍ଦୋଳ ଏନଏସି ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି!ଗତ ସ୍ୱାୟତ୍ତ ଶାସନ ଦିବସରେ ଅଧ୍ୟକ୍ଷଙ୍କ ଖାସ ଦୁଇ କାଉନସିଲରଙ୍କ ସମେତ ୧୪ଜଣ ପାରିଷଦମାନେ ଅସନ୍ତୁଷ୍ଟ ହୋଇ ଯୋଗନଦେବାରୁ ଅଧ୍ୟକ୍ଷ, ନିର୍ବାହୀଅଧିକାରୀ ଦୁଇଜଣ କାଉନସିଲର,କର୍ମଚାରୀ ମାନଙ୍କୁ ନେଇ ସ୍ୱାୟତ୍ତଶାସନ ଦିବସ ସାରିଦେଇଥିଲେ!ପାରିଷଦମାନଙ୍କ ଅନୁଯାଇ ନିର୍ବାଚନ ସମୟରେ ପରିଷଦର ବିନା ଅନୁମୋଦନରେ ନିର୍ବାଚନ ପାଇଁ ୧୭ଲକ୍ଷ ଖର୍ଚ୍ଚ,ଜୈନିକ କାଉନସିଲରଙ୍କ ପ୍ରରୋଚନାରେ ନିର୍ଦ୍ଧିଷ୍ଟ ଗୋଟିଏ ୱାର୍ଡରେ ୧୭-୧୮ଲକ୍ଷ କାମ କରାଯାଇଥିବାବେଳେ ଅନ୍ୟ କୌଣସି ୱାର୍ଡ ପାଇଁ ଟେଣ୍ଡର ନହେବା, କର୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ, ଆୟ ବ୍ୟୟ ହିସାବ ନଦେବା ଏବଂ ୱାର୍ଡର ଆବଶ୍ୟକତା ଅନୁଯାଇ କାଉନସିଲରଙ୍କୁ ପ୍ରାଧାନ୍ୟ ନଦେବା ଓ ୱାର୍ଡ କାର୍ଯ୍ୟକୁ ବାରମ୍ବାର ଅଣଦେଖା କରାଯିବା,ପରିଷଦ ଅଗୋଚରରେ ମନମୁଖି କାର୍ଯ୍ୟ କରିବା ଏବଂ ନିୟମାନୁଯାୟୀ ମାସିକ ବୈଠକ ନକରିବା ଇତ୍ୟାଦି କାରଣ ପାଇଁ ଅସନ୍ତୁଷ୍ଟ ଉପାଧ୍ୟାକ୍ଷାଙ୍କ ସମେତ ୧୪ଜଣ କାଉନସିଲର ସ୍ୱାୟତ୍ତଶାସନ ଦିବସରେ ଅନୁପସ୍ଥିତ ରହିବା ଏକ ଭିର୍ନ୍ନ ସଂକେତ ଦେବା ସହ ଆଗକୁ ହିନ୍ଦୋଳ ଏନଏସି ରାଜନୈତିକ ପାଣିପାଗକୁ ଗୋଳିଆ କରିଦେଇଛି ଯାହା କି ସହରସାରା ରାସ୍ତାଘାଟ, ବଜାର ଛକ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି!ଏହିସବୁ କାର୍ଯ୍ୟପାଇଁ ଅସନ୍ତୁଷ୍ଟ କାଉନସିଲରମାନେ ଆଜି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏବଂ ହିନ୍ଦୋଳ ଉପଜିଲ୍ଲାପାଳ ଓ ହିନ୍ଦୋଳ ଏନଏସି ନିର୍ବାହୀଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଇ ତୁରନ୍ତ ନିୟମିତ କାଉନସିଲ ବୈଠକ ଡକାଇବା, ସମସ୍ତ ଆୟବ୍ୟୟ ହିସାବଦେବା,ସମସ୍ତ ୱାର୍ଡକୁ ସମାନ ଟେଣ୍ଡର, ଷ୍ଟାଣ୍ଡିଙ୍ଗ କମିଟି ଗଠନ ସହ ବେଆଇନ କାର୍ଯ୍ୟର ତଦନ୍ତ ଇତ୍ୟାଦି ଦାବି ରଖିଛନ୍ତି!ଅସନ୍ତୁଷ୍ଟ କାଉନସିଲର ମାନଙ୍କ ମତ ଅନୁଯାଇ ଅଧ୍ୟକ୍ଷ ନିର୍ଦ୍ଧିଷ୍ଟ ଜଣେ କାଉନସିଲର ଓ ଜୈନିକ ପୂର୍ବତନ ବିଜେଡି କର୍ମୀ(ବର୍ତମାନ ବିଜେପିରେ)ଙ୍କ କଥାରେ ପରିଚାଳିତ ହୋଇ ସମସ୍ତ କାଉନସିଲରଙ୍କୁ ଅଣଦେଖାକୁ ନେଇ କାଉନସିଲର ମାନଙ୍କ ମଧ୍ୟରେ ବିସ୍ପୋରକ ପରିସ୍ଥିତି ସୃଷ୍ଟିହୋଇଛି ।

Leave A Reply

Your email address will not be published.

1 × one =