ଷ୍ଟଡି ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ ସ୍ଥିତ କୁଞ୍ଜକାନ୍ତ ରେ ଥିବା ଷ୍ଟଡି ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କମ୍ପ୍ୟୁଟର ଏଯୁକେସନ୍ ର ଦ୍ବିତୀୟ ବାର୍ଷିକ ଉତ୍ସବ ଗୋପବନ୍ଧୁ ଟାଉନ ହଲ ଠାରେ ସେପ୍ଟେମ୍ବର ୧ ରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାର ଡି.ଏସ୍.ପି. ସୁଷମା ପ୍ରଧାନ, ମୁଖ୍ୟ ବକ୍ତା ଇନ୍ଦୁପୁର ମହାବିଦ୍ୟାଳୟ ର ପ୍ରଦୀପ କୁମାର ମିଶ୍ର, ସମ୍ମାନିତ ଅତିଥି ଆଦର୍ଶ ଶିକ୍ଷକ ରାଷ୍ଟ୍ରପତି ପୁରସ୍କାପ୍ରାପ୍ତ କୃଷିଦା ବେଗମ୍ , ଇନ୍ଦୁପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଲଳିତା ସାହୁ ଏଵଂ ଅନୁଷ୍ଠାନ ର ମୁଖ୍ୟ ଆଶିଷ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥଲେ । ୩୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଙ୍କୁ ନେଇ ଅନୁଷ୍ଠିତ ଏଇ ସଭାରେ ଡି.ଏସ୍.ପି. ସୁଷମା ପ୍ରଧାନ ଅନ୍ୟାୟ ଓ ଅତ୍ୟାଚାର ର ପ୍ରତିବାଦ କରିବା ଶିଖନ୍ତୁ ବୋଲି ଆହ୍ଵାନ ଦେଇଥିଲେ । ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ମିଶ୍ର ଏହି ପ୍ରତିଯୋଗିତା ମୂଳକ ଯୁଗ ରେ କେମିତି ନିଜକୁ ଆଗକୁ ଧlଇଁ ବାକୁ ପଡ଼ିବ ସେ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଇନ୍ଦୁପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ମହୋଦୟl ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାବଲମ୍ବୀ ହେବା ସହ ସବୁ ଥିରେ ଧର୍ଯ ଧରିବା ନିମନ୍ତେ ଉପଦେଶ ଦେଇଥିଲେ। ଏହାପରେ ଅନୁଷ୍ଠାନ ର ମୁଖ୍ୟ ଶ୍ରୀ ଆଶିଷ କୁମାର ପଣ୍ଡା ମହୋଦୟ ୨୦୨୩-୨୪ ବର୍ଷ ର ବାର୍ଷିକ ବିବରଣୀ ପାଠ କରିବା ସହ ଛାତରଛାତ୍ରୀମାନଙ୍କୁ ଶୃଙ୍ଖଳାଗତ ଜ୍ଞାନ ଓ ଜୀବନରେ ଉନ୍ନତି କରିବାକୁ ସଂଘର୍ଷ ନିତ୍ୟାନ୍ତ ଆବଶ୍ୟକ ବୋଲି ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ। ଆଊ ମଧ୍ୟ ଅନୁଷ୍ଠାନ ରେ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଦ୍ବାରା ”ଓ ” level କୋର୍ସ ଏବଂ ଓଡ଼ିଶା ସରକାର ଙ୍କ ମୁକ୍ତ ବିଶ୍ଵବିଦ୍ୟାଳୟ ସ୍ତରୀୟ ପାଠ୍ୟ କ୍ରମ OSCIT କୋର୍ସ କୁ ଉକ୍ତ institute ଦ୍ବାରା ଶୁଭାରମ୍ଭ କରାଯାଇଥିଲା । ଏହି ସଭାରେ ଅନୁଷ୍ଠାନ ର ସମ୍ପାଦକ ଅବିନାଶ ପଣ୍ଡା ଓ ଅନ୍ୟାନ୍ୟ ଶିକ୍ଷକ ଗଣ ଯଥା ଶ୍ରୀଯୁକ୍ତ ସୈାମ୍ୟକାନ୍ତ ପତି, ଆଶୁତୋଷ ତ୍ରିପାଠୀ, ରଞ୍ଜିତ କୁମାର ସାହୁ, ସୁଶ୍ରୀ ସୋନିସ୍ମିତା, ସୁଶ୍ରୀ ରୁପଶ୍ରୀ ନାୟକ ପ୍ରମୁଖ ଙ୍କୁ ମୁଖ୍ୟ ଅତିଥି ସମ୍ମାନୀତ କରିଥିଲେ। ଏହି ସଭାରେ ବିଭିନ୍ନ ମହାବିଦ୍ୟାଲୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ ଅତିଥି ମାନେ ଷ୍ଟଡି ଲାଇଫ ମୋ ପ୍ରତିଭା ଆୱାରଡ୍ ୨୦୨୪ ର ପୁରସ୍କାର ପ୍ରଦାନ କରିଥିଲେ।
ଏହା ପରେ ପିଲାମାନଙ୍କ ଦ୍ଵାରା ଅତି ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଯେଉଁଥିରେ କି ମୁଖ୍ୟ ଆକର୍ଷଣ ପାଲଟିଥିଲେ ପ୍ରସିଦ୍ଧ ସିଙ୍ଗର ରଜନନ୍ଦିନି ପଣ୍ଡା,ସନତ କୁମାର ଏବଂ ବିଜୟଲକ୍ଷ୍ମୀ ରଥ ।

Leave A Reply

Your email address will not be published.

13 − four =