ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ର ଗଗନ ବିହାରୀ ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା !

ଢ଼େଙ୍କାନାଳ- ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ଗଗନ ବିହାରୀ ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇତିହାସ ଅଧ୍ୟାପକ ପ୍ରଭାତ କୁମାର ଜେନା,ଅର୍ଥନୀତି ଅଧ୍ୟାପିକା ସଂଘମିତ୍ରା ମିଶ୍ର,ଇଂରାଜୀ ଅଧ୍ୟାପକ ଅନିଲ କୁମାର ଧୀର,ଶିକ୍ଷା ବିଭାଗ ଅଧ୍ୟାପକ ଅଲେଖ ଚନ୍ଦ୍ର ପାତ୍ର,ଇତିହାସ ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟାଁ,ଶିକ୍ଷା ଅଧ୍ୟାପକ ହେମନ୍ତ ରାଉତ,ଅର୍ଥନୀତି ଅଧ୍ୟାପକ ଦୁର୍ଯୋଧନ ଜେନା,ବାଣିଜ୍ୟ ଅଧ୍ୟାପକ ଧାନି ମୁର୍ମୁ,ବାଣିଜ୍ୟ ଅଧ୍ୟାପକ ବିଳାସ ସେଠୀ,ଇଂରାଜୀ ଅଧ୍ୟାପକ ସୁକାନ୍ତ ସାହୁ,ଲାଇବ୍ରେରିଆନ ନନ୍ଦ କିଶୋର ଧୀର ,ବରିଷ୍ଠ କିରାଣୀ କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ଅବସର ଗ୍ରହଣ କରୁଥିବା କର୍ମଚାରୀ ଶ୍ରୀଯୁକ୍ତ ମିଶ୍ର ଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରି ସେ ଜଣେ ଶାନ୍ତ, ସରଳ, ମେଳାପି ବ୍ୟକ୍ତି ବୋଲି ମତବ୍ୟକ୍ତ କରିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଶେଷରେ ଶ୍ରୀଯୁକ୍ତ ମିଶ୍ର ଙ୍କୁ ପୁଷ୍ପଗୁଛ, ଉତ୍ତରୀୟ, ମାନପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.

4 × five =