ହିନ୍ଦୋଳ ଏନ.ଏ.ସି ମାତାରିଣୀ ମୋବାଇଲ ଓ ଜେରକ୍ସ ଦୋକାନ ରୁ ବହୂ ସାମଗ୍ରୀ ଚୋରି !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ତିନିଦିନ ତଳେ ମାରଣାସ୍ତ୍ରରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ଏକ ଡକାୟତି ଘଟଣା ମନରୁ ନଲିଭୁଣୁ ବିଳମ୍ବିତ ରାତିରେ ହିନ୍ଦୋଳ ଏନଏସି ୱାର୍ଡନଂ -୧୨ ବିଜୁପାର୍କ ନିକଟରେ ମୋବାଇଲ ଦୋକାନ କରିଥିବା ୱାର୍ଡ ନଂ -୮ବାସି ଶୁଭେନ୍ଦୁ ଦାସଙ୍କ ଦୋକାନରୁ ସଟର କାଟି ପ୍ରାୟ ଲକ୍ଷାଧିକ ଟଙ୍କାର ମୋବାଇଲ ସହ ବହୂ ଜିନିଷ ଚୋରିକରି ନେଇଛନ୍ତି ଚୋରମାନେ । ସକାଳୁ ଶୁଭେନ୍ଦୁ ଦୋକାନକୁ ଯିବାରେ ଦୋକାନ ଚୋରିହୋଇଥିବା ଦେଖି ହିନ୍ଦୋଳ ଥାନାରେ ଅଭିଯୋଗ କରିଥିଲେ!ଶୁଭେନ୍ଦୁ ଙ୍କ ମାତାରିଣୀ ମୋବାଇଲ ଓ ଜେରକ୍ସ ଦୋକାନରୁ ବହୂ ସାମଗ୍ରୀ ଚୋରି ହୋଇଯାଇଥିବା ସହ ମୋବାଇଲ ଖୋଳ ଅନ୍ୟାନ୍ୟ ସାମଗ୍ରୀ ଇତଃସ୍ଥତ ଅବସ୍ଥାରେ ପଡ଼ିଥିବା ଦେଖାଯାଇଥିଲା ଏବଂ ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରିହୋଥିବା ଶୁଭେନ୍ଦୁ ଦାସ ପ୍ରକାଶ କରିଛନ୍ତି । ହିନ୍ଦୋଳ ପୋଲିସ ଘଟଣାସ୍ଥଳରେ ତୁରନ୍ତ ପହଂଚି ଘଟଣାର ତଦନ୍ତ କରିବାସହ ସେଠି ଥିବା ସିସି ଟିଭି ଫୁଟେଜ ଯାଞ୍ଚ କରିବା ସହ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଡକାଇ ଅଧିକ ଅନୁସନ୍ଧାନ ଜାରିରଖିଛନ୍ତି ଓ ଅନୁସନ୍ଧାନ ଯାଞ୍ଚ ପରେ ଚୋରମାନଙ୍କୁ ଖୁବଶୀଘ୍ର ଧରାଯିବାକୁ ଉଦ୍ୟମ କରାଯାଉଛି ଏବଂ ଯାଞ୍ଚ ପରେ ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟାଙ୍କନ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି!ତେବେ ଚୋରି ଡକାୟତି ଭଳି ଘଟଣା ବାରମ୍ବାର ଘଟୁଥିବାରୁ ହିନ୍ଦୋଳ ବାସିଙ୍କ ଚିନ୍ତାର କାରଣ ପାଲଟିଛି ।

Leave A Reply

Your email address will not be published.

fourteen + fifteen =