ଓଡାପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ !

ଢେଙ୍କାନାଳ: ଓଡାପଡା ବ୍ଲକ୍ ଅନ୍ତର୍ଗତ ସ୍ଥାନୀୟ ଓଡାପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ବାଟିକା ବିଭାଗରମାତୃ ସମ୍ମିଳନୀ ସଂପାଦିକା ବନଲତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ମାତୃ ସମ୍ମିଳନୀକୁ ପ୍ରଦୀପପ୍ରଜ୍ୱଳନ କରି ଓଡାପଡା ମହାବିଦ୍ୟାଳୟ ରାଜନୀତି ବିଜ୍ଞାନର ବରିଷ୍ଠ ଅଧ୍ୟାପିକା ମାନସୀ କର ଉଦ୍‌ଘାଟନ କରିଥିଲେ ।ପ୍ରାରମ୍ଭରେ ବିଦ୍ୟାଳୟ ଶିଶୁବାଟିକା ପ୍ରମୁଖ ସସ୍ମିତା ସାହୁ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥିଅଧ୍ୟାପିକା ମାନସୀ କର ଦୈନନ୍ଦିନ ଜୀବନରେ ସମାଜରେ ନାରୀର ଭୂମିକା, ଶିଶୁର ବିକାଶ ଦିଗରେ ମା\’ର ଭୂମିକା,ସାମ୍ପ୍ରତିକ ସମାଜରେ ନାରୀ ଧର୍ଯ୍ୟାଶୀଳା ନିହାତି ଅପରିହାର୍ଯ୍ୟ, ଶିକ୍ଷାର ମହତ୍ୱ ସମ୍ବନ୍ଧରେ ଅଭିଭାବିକା ତଥା ମାତୃମଣ୍ଡଳୀଉପଦେଶାତ୍ମକ ମାର୍ଗ ଦର୍ଶନ କରିଥିଲେ । ଏହି ମାତୃ ସମ୍ମିଳନୀରେ ଦିବା ପର୍ଯ୍ୟାୟ ପ୍ରମୁଖ କ୍ଷୀରାବ୍ଧୀ ତନୟା ମହାପାତ୍ରସଂଯୋଜନା କରିଥିଲେ । ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଦୁର୍ଗା ଚରଣ ରାଉତ ଶିଶୁକୁ ଉତମ ନାଗରିକ ରୂପେ ଗଢିତୋଳିବାପାଇଁ ପ୍ରତ୍ୟେକ ମା\’ ଏକ ଉତମ ଦୈନନ୍ଦିନ ଆପଣେଇବା ଉଚିତ୍ । ସମୟାନୁବର୍ତିତା, ପ୍ରାର୍ଥନା ଉପକାରିତା ଓଆଧ୍ୟାତ୍ମିକବାଦର ସୁଫଳତା ସମ୍ବନ୍ଧରେ ମାତୃ ସମ୍ମିଳନୀରେ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ବିଦ୍ୟାଳୟ ଶିଶୁବାଟିକାଆଚାର୍ଯ୍ୟ ତପସ୍ୱିନୀ ସାହୁ, ପ୍ରିୟଙ୍କା ଗୁରୁମା, ରଶ୍ମିତା ଗୁରୁମା, ଅଶାନ୍ତି ଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ପରିଚାଳନାର ସଭ୍ୟା ସଂଘମିତ୍ରା ସାହୁ, ବିଦ୍ୟାଳୟର ଯୁଗ୍ମ ସଂପାଦକ ସୌମ୍ୟ ରଂଜନ ବେହେରା ଉକ୍ତ ବୈଠକରେଯୋଗଦେଇଥିଲେ । ପରିଶେଷରେ ପ୍ରଧାନ ଆଚାର୍ଯ୍ୟ ଦୁର୍ଗା ଚରଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

14 + 9 =