ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ପାଳନ !

ଟିଏସ୍‌ଏଫ୍ ଦ୍ୱାରା ପ୍ରଶିକ୍ଷତ ୩୦୦ରୁ ଅଧିକ କ୍ରୀଡ଼ାବିତ୍ ଯୋଗଦାନ

ଢ଼େଙ୍କାନାଳ : ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ୨୦୨୪ ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ଦିବସ ପାଳନ ସହ କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଭାରତୀୟ କ୍ରୀଡ଼ାବିତ୍‌ମାନେ ପାଇଥିବା ସଫଳତାକୁ ସମ୍ମାନ ଜଣାଇବା ସହ ଦୈନନ୍ଦୀନ ଜୀବନରେ କ୍ରୀଡ଼ା ଓ ଶାରିରୀକ କାର୍ଯ୍ୟର ମହତ୍ୱ ବିଷୟରେ ଯୁବବର୍ଗଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ଆଖପାଖ ଅଂଚଳରେ ଥିବା ଗ୍ରାମଗୁଡ଼ିକର ୩୦୦ରୁ ଅଧିକ କ୍ରୀଡ଼ାବିତ୍ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଟିଏସ୍‌ଏଫ୍ ପକ୍ଷରୁ ଏହାର କ୍ରୀଡ଼ା ଅଭିଯାନ ଅଧୀନରେ ପ୍ରଶିକ୍ଷଣ ସୁବିଧା ଦିଆଯାଇଥିବା । ଏହି ଅବସରରେ ବିଗତ ଦିନରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଖେଳାଳୀମାନଙ୍କୁ ସମ୍ମାନିତ କରାଯାଇଥିଲା । କ୍ରୀଡ଼ା ମନୋଭାବକୁ ଉତ୍ସାହିତ କରିବା ଏବଂ ସୁସ୍ଥକର ଜୀବନଶୈଳୀର ପ୍ରସାର ପାଇଁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା ।ଆନ୍ତର୍ଜାତୀୟ ଭଲିବଲ୍ ରେଫରି ସୁଦର୍ଶନ ପଟ୍ଟନାୟକ ଏହି ଅବସରରେ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ାରେ ଶୃଙ୍ଖଳାର ଗୁରୁତ୍ୱ ଏବଂ କ୍ରୀଡ଼ା ମନୋଭାବ ଉପରେ ଆଲୋକପାତ କରି ଅଂଶଗ୍ରହଣକାରୀମାନଙ୍କୁ ଅନୁପ୍ରାଣିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ମେରାମଣ୍ଡଳୀ ଟିଏସଏଫ ୟୁନିଟ୍ ହେଡ କୁମାର ସୌରଭ, ଟିଏସଏଫ ଅଧିକାରୀ ଆଶୁତୋଷ କୁମାର ଦାସ, ବିଶିଷ୍ଟ ପର୍ବତାରୋହୀ ବିଭାରାଣୀ ପାତ୍ର, ସରପା ସରପଂଚ ପ୍ରତାପ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ଧର୍ମାନନ୍ଦ ସେନାପତି, ପାରିକୁଳ ହାଇସ୍କୁଲ ପ୍ରଧାନ ଶିକ୍ଷକ ପବିତ୍ର ପ୍ରଧାନ, ପାରିକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପାଇକ ପୁରୁଣାକୋଟ ପ୍ରିନ୍ସପାଲ ଧୀରେନ କୁମାର ପାଣି ଯୋଗ ଦେଇଥିଲେ । ଗୋଷ୍ଠୀ କଲ୍ୟାଣ, କ୍ରୀଡ଼ା ଓ ଶାରିରୀକ କାର୍ଯ୍ୟ ପ୍ରସାର ପ୍ରତି ଟିଏସ୍‌ଏଫ୍ ପ୍ରତିବଦ୍ଧ ରହିଛି ।

Leave A Reply

Your email address will not be published.

13 + 6 =