ଶ୍ରୀ ବଳରାମ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ପୌରାଂଚଳ ଅଧିନ ଶ୍ରୀ ବଳରାମ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗୋଷ୍ଠୀ ଶିକ୍ଷାକାର୍ଯ୍ୟାଳୟ ତରଫରୁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକ୍ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଗୁରୁବାର ଓଶୁକ୍ରବାର ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଦିନ ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀ ଓ ଶୁକ୍ରବାର ମାଧ୍ୟମିକସ୍ତରର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏବିଇଓ ଦେବବ୍ରତନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଇଓ ବ୍ରହ୍ମାନନ୍ଦ ରାଉତ, ମୁଖ୍ୟବକ୍ତାଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଓଷ୍ଟାର ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଏବିଇଓଶତୃଘନ ଖଣ୍ଡା ଓ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସରିତା ସିଂହସାମନ୍ତ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ।ପ୍ରଥମ ଦିନ ୧୫୦ଜଣ ପ୍ରାଥମିକ ଛାତ୍ରଛାତ୍ରୀ ଓ ଦ୍ୱିତୀୟ ଦିନ ୮୦ଜଣ ମାଧ୍ୟମିକ ଛାତ୍ରଛାତ୍ରୀ କୁଇଜ୍‌ରେ ଅଂଶଗ୍ରହଣକରିଥିଲେ । ଏଥିମଧ୍ୟରୁ ପ୍ରାଥମିକ ସ୍ତରର କନିଷ୍ଠ ବିଭାଗରୁ ମୁକ୍ତାଦେଈପୁର ଉ.ପ୍ରା. ବିଦ୍ୟାଳୟର ଛାତ୍ର ତନ୍ମୟ କୁମାର ସ୍ୱାଇଁପ୍ରଥମ, ବାପୁଜୀ ଉ.ପ୍ରା. ବିଦ୍ୟାଳୟର ଛାତ୍ର ଶ୍ରୀୟାଂଶୁ ଦାସ ଦ୍ୱିତୀୟ ଓ ତରଭା ଉ.ପ୍ରା. ବିଦ୍ୟାଳୟର ସୂର୍ଯ୍ୟ କମଳ ବିଶ୍ୱାଳତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ପ୍ରାଥମିକ ସ୍ତରର ଅତି କନିଷ୍ଠ ବିଭାଗରୁ ଅଉଖମା ଉ.ପ୍ରା. ବିଦ୍ୟାଳୟରଛାତ୍ର ଦିନେଶ ମହାପାତ୍ର ପ୍ରଥମ, ବାପୁଜୀ ଉ.ପ୍ର. ବିଦ୍ୟାଳୟ ଦ୍ୱିତୀୟ ଓ ରତ୍ନପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସୁଚିସ୍ମିତାସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ମାଧ୍ୟମିକ ସ୍ତରରେ ବି.ବି. ହାଇସ୍କୁଲ୍‌ର ଭାର୍ଗବ ପୃଷ୍ଟି ପ୍ରଥମ, ସିମିଳିପାଟଣା ଉଚ୍ଚବିଦ୍ୟାଳୟର ଶୁଭମ୍ ପ୍ରଧାନ ଦ୍ୱିତୀୟ ଓ ଶଙ୍କରପୁର ଉଚ୍ଚ ବିଦ୍ୟାଳୟର ଶ୍ରୁତି ରଞ୍ଜନ ସାହୁ ତୃତୀୟ ସ୍ଥାନ ଅଧିକାର କରିପୁରସ୍କୃତ ହୋଇଥିଲେ । ଏତଦ୍‌ବ୍ୟତୀତ ସମସ୍ତ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ କୁଇଜ୍ ପୁସ୍ତକ ପ୍ରଦାନକରାଯାଇ ସମ୍ମାନିତ କରାଯାଇଥିଲା । ଗୁରୁବାର ଦିନ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟମରେ ଢେଙ୍କାନାଳ ପୌରାଧ୍ୟକ୍ଷାଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଶୁକ୍ରବାର ଦିନ ବିଇଓ ଶ୍ରୀ ରାଉତଙ୍କଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ମୁଖ୍ୟ ଅତିଥି ଭାବେ ଓଜିଲ୍ଲା ବିଜ୍ଞାନ ଅଧିକାରୀ ମଥୁରୀ ମୋହନ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାରବିତରଣ କରିଥିଲେ । ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା, ବିଚିତ୍ରାନନ୍ଦ ରାଉତ, ସୁଶାନ୍ତ କୁମାର ପାଢୀ, ଶିକ୍ଷୟିତ୍ରୀ ବର୍ଷା ସାହୁ,ପ୍ରିୟଙ୍କା ପ୍ରିୟଦର୍ଶିନୀ ବରାଳ ଓ ସୁଶ୍ରୀ ଶୁଭସ୍ମିତା ବେଉରା ବିଚାରକ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ କୃତିକୁ ମୂଲ୍ୟାଙ୍କନକରିଥିଲେ । ଶିକ୍ଷକ ରଜନୀକାନ୍ତ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେକାଳନ୍ଦୀ ଦେବତା, ବିକ୍ରମ ସେଠୀ, ବିଚ୍ଛନ୍ଦ ବେହେରା, ଲାଲୁ ପ୍ରସାଦ ସେନ୍‌, ବିକାଶ ଜେନା, ରସାନନ୍ଦ ମହାରଣା, ବିଷ୍ଣୁମଲ୍ଲିକ, ଦିଲ୍ଲୀପ ପଣ୍ଡା, ନୃସିଂହ ପତି, ଶୁଭସ୍ମିତା ରାଉତ, ପ୍ରଭାତୀ ବେହେରା, ପଂଚାନନ ସୁନ୍ଦର ପାଣି ଓ ସଦର ବ୍ଲକ୍‌ସମସ୍ତ ସିଆର୍‌ସିସି ସହଯୋଗ କରିଥିଲେ ।

Leave A Reply

Your email address will not be published.

6 + 11 =