ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଇନ୍ଦିପୁରରେ ଜାତୀୟ କ୍ରୀଡା ଦିବସ ପାଳନ !

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଇନ୍ଦିପୁରରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଉକ୍ତକାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ଆଚାର୍ଯ୍ୟ ତଥା ଜଣେ ବିଶିଷ୍ଟ କ୍ରୀଡା ଶିକ୍ଷକ ଭାବେ ପରିଚିତ ରାକେଶ କୁମାର ପ୍ରଧାନ ଉପସ୍ଥିତ ରହି ଦୀପପ୍ରଜ୍ୱଳନ କରିବା ସହିତ ଧ୍ୟାନଚାନ୍ଦଙ୍କ ଫଟୋରେ ପୁଷ୍ପ ଅର୍ପଣ କରି କାର୍ଯ୍ୟକ୍ରମର ଶୁବାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ସମେତ,ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବସନ୍ତ କୁମାର ସ୍ୱାଇଁ ଦୈନନ୍ଦିନ ଜୀବନରେ କ୍ରୀଡାର ଆବଶ୍ୟକତା ଓ ଉପଯୋଗିତା ସମ୍ବନ୍ଧରେ ଆଲୋକପାତକରିଥିଲେ । ତତ୍‌ସହିତ ଧ୍ୟାନଚାନ୍ଦଙ୍କ କ୍ରୀଡା ପ୍ରତି ଅବଦାନ ସମ୍ବନ୍ଧରେ ମଧ୍ୟ କଥା ରଖିଥିଲେ । ପରେ ଶିଶୁମାନେ ମଧ୍ୟ ଧ୍ୟାନଚାନ୍ଦଙ୍କ ଜୀବନୀସଂପର୍କରେ ମଧ୍ୟ ବକ୍ତୃତା ପ୍ରଦାନ କରିଥିଲେ । ଏହାପରେ ବିଦ୍ୟାଳୟର ସଂପାଦକ ମହେଶ୍ୱର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ମଂଚ କାର୍ଯ୍ୟସରିବା ପରେ ବିଦ୍ୟାଳୟର ଗୁରୁଜୀ ଗୁରୁମା ସମସ୍ତ ଶିଶୁ ଭାଇଭଉଣୀଙ୍କୁ ନେଇ ବିଭିନ୍ନ ପ୍ରକାରର ପାରମ୍ପରିକ ଖେଳ ଯଥା- କବାଡି, ବାସ୍କେଟ୍ ବଲ୍‌,ପୁଚି, କିତିକିତି, ପୁଆ ବାଡି, ବାଡି ଡିଆଁ, ଦଉଡି ଡିଆଁ ଆଦି ଖେଳାଇଥିଲେ । ବର୍ତମାନର ଆଧୁନିକ ଯୁଗରେ ଯେଉଁଠି ଏହି ସବୁ ଖେଳ ଲୋକଲୋଚନଠାରୁ ଦୂରେଇ ଯାଉଛି ଏ ପରିପ୍ରେକ୍ଷୀରେ ଶିଶୁ ମନ୍ଦିରର କୁନି କୁନି ଛାତ୍ରଛାତ୍ରୀମାନଙ୍କ ପ୍ରୟାସରେ ଏହିସବୁ ଖେଳ ବର୍ତମାନର ଶିଶୁଙ୍କ ନିକଟରେପହଁଚାଇବା ପାଇଁ ଚେଷ୍ଟା କରିଛନ୍ତି ।

Leave A Reply

Your email address will not be published.

2 × 5 =