ଢେଙ୍କାନାଳ ମିନିଷ୍ଟାଡିୟମ୍ ଠାରେ ଜାତୀୟ କ୍ରୀଡା ଦିବସ ପାଳନ ସହିତ ଜିଲ୍ଲାବିଦ୍ୟାଳୟ ସମୁହ ହକି ଚମ୍ପିୟନ୍‌ସିପ୍ ପ୍ରତିଯୋଗିତା ଅନୁଷ୍ଠିତ !

ଢେଙ୍କାନାଳ: ଢେଙ୍କାନାଳ ସହରସ୍ଥିତ ମିନିଷ୍ଟାଡିୟମ୍ ଠାରେ ଢେଙ୍କାନାଳ ବିଦ୍ୟାଳୟ ସମୁହ ହକି ଚମ୍ପିୟନ୍‌ସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ତତ୍ ସହିତ ଜାତୀୟ କ୍ରୀଡା ଦିବସ ମହାସମାରୋହରେ ପାଳନ କରାଯାଇଥିଲା । ଜିଲ୍ଲାପାଳ ଓ ଜିଲ୍ଲାମାଜିଷ୍ଟ୍ରେଟ୍ ସୋମେଶ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଖେଳାଲୀମାନେ ଆଗକୁ କିପରି ଭଲ ଖେଳ ପ୍ରଦର୍ଶନକରି ଅଲମ୍ପିକ୍‌ରେ ଭାଗନେଇ ଦେଶ ପାଇଁ ଗୌରବ ଅର୍ଜନ କରିବେ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି ସଭାପତିତ୍ୱ କରି କଠୋର ସାଧନା ବଳରେ କିପରି ଖେଳରେ ଉନ୍ନତି ହୋଇପାରିବବୋଲି ସମ୍ବୋଧନ କରିବା ସହିତ ଖେଳାଳୀମାନଙ୍କୁ ସଫଳ ହେବା ପାଇଁ ଆର୍ଶୀବାଦ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେସମ୍ମାନିତ ଅତିଥି ରୂପେ ଜିଲ୍ଲା କ୍ରୀଡା ସଂଘ ସଂପାଦକ ନଳିନୀ କୁମାର ଦାସ, ଜିଲ୍ଲା ସହ-ଶିକ୍ଷାଧିକାରୀ ସସ୍ମିତା ସାହୁ, ସଦର ବ୍ଲକ୍‌ ଶିକ୍ଷାଧିକାରୀ ବ୍ରହ୍ମାନନ୍ଦ ରାଉତ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଜ୍ୟୋତିପ୍ରସାଦ ପରିଡା ପ୍ରମୁଖ ଯୋଗଦାନ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ୧୦୦ଜଣ ବାଳକ ଓ ବାଳକ ଓ ୭୦ଜଣ ବାଳିକାମୋଟ୍ ୧୭୦ଜଣ ଯୋଗଦାନ କରିଥିଲେ । ପ୍ରତିଯୋଗିତାକୁ ଜିଲ୍ଲା ହକି ପ୍ରଶିକ୍ଷକ ଫ୍ରୋରେନ୍‌ସିୟା ଏକା, ସାଇ ପ୍ରସାଦ ଦଳେଇଓ ବାବୁଲା ପ୍ରସାଦ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଜିଲ୍ଲା ସହ-ଶିକ୍ଷାଅଧିକାରୀ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସହ-ସମ୍ପାଦକ ସୁବ୍ରତ କୁମାର ମିଶ୍ର, ଶାରିରୀକ ଶିକ୍ଷା ଶିକ୍ଷକ ଅନିଲ ପ୍ରସାଦ ନନ୍ଦ, ସୁଶିଲ୍ କୁମାର ପଣ୍ଡା,ଦୁଷ୍ମନ୍ତ ସେଠୀ, ବନ୍‌ସନ୍ ବରାଳ, ଜଗନ୍ନାଥ ସାହୁ, ହରପ୍ରିୟା ଦାସ, ସରିତା ବିଶ୍ୱାଳ, ବିଜୟଲକ୍ଷ୍ମୀ ସାହୁ, ଜୟନ୍ତୀ ବେହେରାପ୍ରମୁଖ ସହଯୋଗ କରିଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଜ୍ୟୋତି ପ୍ରସାଦ ପରିଡାଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟସଂପନ୍ନ ହୋଇଥିଲା ।

Leave A Reply

Your email address will not be published.

17 − 7 =