ଭାରତୀୟ ଜନତା ପାର୍ଟି ଢେଙ୍କାନାଳ ଜିଲ୍ଲା ଢେଙ୍କାନାଳ ବିଜେପି ନଗର ମଣ୍ଡଳର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ !

ଢେଙ୍କାନାଳ: ଢେଙ୍କାନାଳ ବିଜେପି ନଗର ମଣ୍ଡଳର ସଦସ୍ୟତା ଅଭିଯାନ କର୍ମଶାଳା ସ୍ଥାନୀୟ ଦକ୍ଷିଣକାଳୀ ସ୍ଥିତନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଜିଲ୍ଲା ମିଡିଆ ପ୍ରଭାରୀ ନବ କିଶୋର ଗୁରୁ, ରାଜ୍ୟ କୃଷକ ମୋର୍ଚ୍ଚା ପୂର୍ବତନ ଉପସଭାପତି ରାମଚନ୍ଦ୍ର ପାତ୍ର ଓ ଜିଲ୍ଲା ସାଧାରଣ ସଂପାଦକ ସୁନିଲ୍‌ଶର୍ମା ଅତିଥି ଭାବେ ଯୋଗଦେଇ ସଦସ୍ୟସତା ଅଭିଯାନର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ଆଲୋକପାତ କରିବା ସହ ଉପସ୍ଥିତ କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷିତ କରିଥିଲେ । ଆସନ୍ତା ସେପ୍ଟେମ୍ବର ମାସ ଅକ୍ଟୋବର ପର୍ଯ୍ୟନ୍ତ ଢେଙ୍କାନାଳ ନଗରର ପ୍ରତ୍ୟେକ ବୁଥ୍‌କୁ ଗସ୍ତ କରି ବହୁ ସଂଖ୍ୟାରେ ସଦସ୍ୟ କରିବା ସହ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କର୍ମଶାଳାରେ ପୂର୍ବତନ ମଣ୍ଡଳ ସଭାପତି ତଥା କାଉନ୍‌ସିଲର ନିରୋଦ କୁମାର ସାହୁ, ପ୍ରତାପ କୁମାର ନାୟକ, ବଳରାମ ସେଠୀ, ସୂର୍ଯ୍ୟପ୍ରତାପ ରାଉତ, ପ୍ରଦୀପ ମଲ୍ଲିକ, ବିକଳ ବେହେରା, ଅନୁସୂଚିତଜାତି ଜିଲ୍ଲା ସଭାପତି ଲକ୍ଷ୍ମୀଧର ବେହେରା, ନଗର ମଣ୍ଡଳ ସାଧାରଣ ସଂପାଦକ ବିକାଶ ସାହୁ, ବରିଷ୍ଠ କାର୍ଯ୍ୟକର୍ତା ରମେଶ ସାମଲ, ପଦ୍ମଭୂଷଣସାହୁ, ସନ୍ତୋଷ ରାଉତ, ନିରଞ୍ଜନ ଦାସ, ବିଭୁତି ଭୂଷଣ ଷଣ୍ଢ, ମଧୁସ୍ମିତା ପୁହାଣ, ପ୍ରଣତି ସାହୁ, ପ୍ରଭାତୀ ମହାପାତ୍ର, ବଟକୃଷ୍ଣ ବେହେରା,ରାଜେନ୍ଦ୍ର ପ୍ରଧାନ, ଦୀପକ ପଟ୍ଟନାୟକ, ଦେବାଶିଷ ପାଣି, ଆରତ ମଲ୍ଲିକ, କିମନ୍ ମଲ୍ଲିକଙ୍କ ସମେତ ବହୁ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲୋ ଶେଷରେ ରୁଦ୍ରନାରାୟଣ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

10 − 4 =