କିଡ୍‌ଜୀ ସ୍କୁଲ୍ ପକ୍ଷରୁ ନନ୍ଦ ଉତ୍ସବ ପାଳନ !

ଢେଙ୍କାନାଳ: ଢେଙ୍କାନାଳ ସହର ବସ୍‌ଷ୍ଟାଣ୍ଡସ୍ଥିତ ଗ୍ରେସ୍ କିଡ୍‌ଜୀ ପ୍ରି-ସ୍କୁଲ୍ ପକ୍ଷରୁ ସ୍କୁଲ୍ ପରିସରରେ ନନ୍ଦ ଉତ୍ସବ ହର୍ଷ ଉଲ୍ଲାସରସହିତ ପାଳିତ ହୋଇଯାଇଅଛି । ପୌରାଣିକ ପରମ୍ପରାକୁ ବଜାୟ ରଖିବା ପାଇଁ ସୁକ୍ଲ ପକ୍ଷରୁ କୁନି କୁନି ପିଲାମାନଙ୍କୁ ନେଇ ଶ୍ରୀକୃଷ୍ଣଙ୍କବାଲ୍ୟଲିଳା ପ୍ରଦର୍ଶନ କରାଯାଇଥିଲା । ସୁସଜ୍ଜିତ ରାଧା ଓ କୃଷ୍ଣ ବେଶରେ ଥିବା ଶିଶୁମାନଙ୍କୁ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସାହଦେଖା ଦେଇଥିଲା । ରାଧା, କୃଷ୍ଣ ଓ ନନ୍ଦପୁରର ନନ୍ଦ ଗ୍ରାମବାସୀଙ୍କ ବେଶରେ କୁନି କୁନି ପିଲାମାନଙ୍କ ଅଭିନୟ ଏକ ପୌରାଣିକ ପରିବେଶସୃଷ୍ଟି କରିବା ସହ ଅତ୍ୟନ୍ତ ମନମୁଗ୍‌ଧକର ହୋଇଥିଲା । ଭାରତୀୟ ପରମ୍ପରା ଓ ସଂସ୍କୃତି ଭିତିକ ଶିକ୍ଷାକୁ ଛୋଟପିଲାମାନଙ୍କୁ ପରିଚିତକରାଇବା ଏହି ଉତ୍ସବର ଲକ୍ଷ୍ୟ ଥିଲା । ଶେଷରେ ପିଲାମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍କୁଲ୍‌ପରିଚାଳକ ସଞ୍ଜିବ ତ୍ରିପାଠୀ, ଅଧ୍ୟକ୍ଷା ବିଜୟିନୀ ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତା, ବନ୍ଦନା ସାହୁ, ସୁଶ୍ରୀ ସଙ୍ଗୀତା ମହାନ୍ତି, ଇତିଶ୍ରୀରାଉତ, ପାଂଚାଳୀ ସାମଲ ଓ ମୀନାକ୍ଷୀ ପ୍ରମୁଖ ପରିଚଳାନା କରିଥିଲେ । ବହୁ ସଂଖ୍ୟାରେ ଅଭିଭାବକ ଓ ଅନ୍ୟ ଲୋକମାନେ ଏହି ଉତ୍ସବକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.

seventeen − 14 =