ଭାରତୀୟ ଜନତା ପାର୍ଟି ଢେଙ୍କାନାଳ ଜିଲ୍ଲା ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ !

ଭାରତୀୟ ଜନତା ପାର୍ଟି ଢେଙ୍କାନାଳ ଜିଲ୍ଲା ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ !

ଢେଙ୍କାନାଳ: ଢେଙ୍କାନାଳ ବିଜେପିର ଜିଲ୍ଲା ସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା ଆଜି ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତିନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ରପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ । ସଦସ୍ୟତା ଅଭିଯାନ ଉପରେ ଆଲୋକପାତକରିବା ସହ ଗତ ସାଧାରଣ ନିର୍ବାଚନରେ ଯେଉଁମାନେ ବିଜେପିକୁ ଭଲ ପାଇ ଭୋଟ୍ ଦେଇଛନ୍ତି, ସେମାନଙ୍କ ପାଖରେ ପହଁଚି ସମସ୍ତଙ୍କୁବିଜେପିର ସଦସ୍ୟ କରିବା ପାଇଁ ପରାମର୍ଶ ଦେବା ସହ ପ୍ରତ୍ୟେକ ବୁଥ୍‌ରେ ବହୁ ସଂଖ୍ୟାରେ ସଦସ୍ୟତା କରିବା ପାଇଁ ଆହ୍ୱାନ ଦେଇଥିଲେ । ରାଜ୍ୟସଦସ୍ୟତା ପ୍ରଭାରୀ ରଂଜନ ପଟେଲ୍ ସଦସ୍ୟତା ଅଭିଯାନ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ସର୍ବ ସମାବେଶୀ କରିବା ପାଇଁ ଆହ୍ୱାନ ଦେବା ସହଜିଲ୍ଲାରେ ୯ଲକ୍ଷ ସଦସ୍ୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ରାଜ୍ୟ ସାଧାରଣ ସଂପାଦକ ସୀମାଂଚଳ ଖଟେଇ ସଦସ୍ୟତା ଅଭିଯାନ ଉପରେମତବ୍ୟକ୍ତ କରି ଆସନ୍ତା ୨୬ ତାରିଖ ରୁ ତିନିଦିନ ମଧ୍ୟରେ ପ୍ରତ୍ୟେକ ମଣ୍ଡଳରେ ଏବଂ ୨୯ ତାରିଖରୁ ତିନିଦିନ ଭିତରେ ପ୍ରତ୍ୟେକ ଶକ୍ତିକେନ୍ଦ୍ରସ୍ତରରେ କର୍ମଶାଳା ଆୟୋଜନ କରିବା ସହ ଆସନ୍ତା ସେପ୍ଟେମ୍ବର ୧୧ ରୁ ତିନି ପର୍ଯ୍ୟାୟରେ ଡିଜିଟାଲ୍ ମୋ.ନଂ-୮୮୦୦୦୦୨୦୨୪ ରେ ମିସ୍‌କଲ୍‌, ନମୋ ଆପ୍‌, କ୍ୟୁ.ଆର୍‌.କୋଡ୍ ଓ ଫର୍ମ ମାଧ୍ୟମରେ ନୂତନ ସଦସ୍ୟତା କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଥିଲେ । ପରଜଙ୍ଗବିଧାୟକ ତଥା ରାଜ୍ୟ ଷ୍ଟାଣ୍ଡିଙ୍ଗ୍ କମିଟିର ଅଧ୍ୟକ୍ଷ ବିଭୁତି ପ୍ରଧାନ, କାମାକ୍ଷାନଗର ବିଧାୟକ ଶତୃଘନ ଜେନା, ହିନ୍ଦୋଳ ବିଧାୟିକା ସୀମାରାଣୀନାୟକ, ରାଜ୍ୟ ଉପସଭାପତି ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ସମବାୟ ପ୍ରକୋଷ୍ଠ ସଂଯୋଜକ ଶ୍ରୀରଞ୍ଜନ ମଙ୍ଗରାଜ, ଜିଲ୍ଲା ସଦସ୍ୟତାପ୍ରଭାରୀ ବିଷ୍ଣୁ ପ୍ରସାଦ ଲେଙ୍କା ସଦସ୍ୟତା ଅଭିଯାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ସହ-ସଦସ୍ୟତା ପ୍ରଭାରୀ ସୁଶାନ୍ତକୁମାର ପତି ପ୍ରାରମ୍ଭରେ ଅତିଥି ପରିଚୟ ଦେଇଥିଲେ । ଉକ୍ତ କର୍ମଶାଳାରେ ରାଜ୍ୟ କୃଷକ ମୋର୍ଚ୍ଚା ପୂର୍ବତନ ଉପସଭାପତି ରାମଚନ୍ଦ୍ର ପାତ୍ର,ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଜିଲ୍ଲା ମିଡିଆ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ପବିତ୍ରବିଶ୍ୱାଳ, ସନାତନ ବେହେରା, ଇତିଶ୍ରୀ ସାହୁ, ଶିବପ୍ରସାଦ ସାହୁ, ଭାରତୀ ସ୍ୱାଇଁ, ସାଧାରଣ ସଂପାଦକ ସୁନିଲ୍ ଶର୍ମା, ରତିକାନ୍ତ ସାହୁ,ରାସବିହାରୀ ବେହେରା, ସଂପାଦକ ଯମୁନା ଟୁଡୁ, ଅବନି ପଟ୍ଟନାୟକ, କୋଷାଧ୍ୟକ୍ଷ ସଞ୍ଜିବ ମହାପାତ୍ର, ବରିଷ୍ଠ ନେତା ହର୍ଷ ବର୍ଦ୍ଧନ ସିଂହଦେଓ,ଅକ୍ଷୟ ମହାନ୍ତି, କୋଦଣ୍ଡଧର ସାହୁ, ସୁରେଶ ପାଣିଗ୍ରାହୀ, ମହିଳାମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମମତା ସ୍ୱାଇଁ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ମହାଦୀପ ଯଶୋବନ୍ତ ମହିମା, ଜିଲ୍ଲା ଓବିସି ସଭାପତି ପ୍ରଶାନ୍ତ ପ୍ରଧାନ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସହଦେବ ପୃଷ୍ଟି, ଅନୁସୂଚିତ ଜାତିସଭାପତି ଲକ୍ଷ୍ମୀଧର ସାହୁ, ପରଜଙ୍ଗ ବ୍ଲକ୍ ଅଧ୍ୟକ୍ଷା ସର୍ମିଷ୍ଠା ଦଳବେହେରା, ଉପାଧ୍ୟକ୍ଷା ଯଶ୍ୱସିନୀ ରାଉତ, ହିନ୍ଦୋଳ ବ୍ଲକ୍ ଉପାଧ୍ୟକ୍ଷ କୁନା ସର,କଙ୍କଡାହାଡ ବ୍ଲକ୍ ଉପାଧ୍ୟକ୍ଷା ଦୀପା ସାହୁ, ବରିଷ୍ଠ ନେତା ରମେଶ ସାଲମ, ଦୀପକ ପ୍ରସାଦ ପଟ୍ଟନାୟକ, ନିରୋଦ କୁମାର ସାହୁ, ପଦ୍ମଭୂଷଣସାହୁ, ବିଘ୍ନେଶ୍ୱର ଦୋରା, ଧୃବଚରଣ ସାହୁ, ପ୍ରଦୀପ ଦାସ, ଶତୃଘନ ରାଉତ, ପ୍ରତ୍ୟୁଷ ହରି ପ୍ରଧାନ, ସନ୍ତୋଷ ରାଉତ, ରୁଦ୍ରନାରାୟଣତ୍ରିପାଠୀ, ରମ୍ୟରଞ୍ଜନ ମହାପାତ୍ର, ସୂଚିତ୍ର ବେହେରା, ଉଲି ନାୟକ, ସୋନାଲି ସାହୁ, ପ୍ରଭାତୀ ମହାପାତ୍ର, ଅନିମେଶ ଚାନ୍ଦ, ସତ୍ୟନାରାୟଣଭୂୟାଁ ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି, ସାଧାରଣ ସଂପାଦକ ଓ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତାଉପସ୍ଥିତ ଥିଲେ । ଶେଷରେ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ଉପରୋକ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କର ୧୧୩ତମ “ମନ୍ କୀ ବାତ୍‌” କାର୍ଯ୍ୟକ୍ରମ ଜିଲ୍ଲାକାର୍ଯ୍ୟାଳୟ ଠାରେ ଦେଖିଥିଲେ ।

Leave A Reply

Your email address will not be published.

two × 2 =