ରାଜ୍ୟ ସ୍ତରୀୟ ସଂସ୍କୃତ ଦିବସ ସମାରୋହ ଅନୁଷ୍ଠିତ !

ଢେଙ୍କାନାଳ: ଉତ୍କଳ ସଂସ୍କୃତ ଶିକ୍ଷକମାନଙ୍କ ମହାସଂଘ ତରଫରୁ ରାଜ୍ୟସ୍ତରୀୟ ସଂସ୍କୃତ ଦିବସ ଗୌରାଙ୍ଗ ଚରଣ ବିଦ୍ୟାପୀଠ, ବଳଦିଆବନ୍ଧ ଠାରେ ସଭାପତି ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି । ପଣ୍ଡିତ ଶତ୍ରୁଘ୍ନ ବେହେରାଙ୍କ ଦ୍ୱାରା ଉଚ୍ଚରିତ ମଙ୍ଗଳାଚରଣ ଶ୍ଲୋକ ସହିତ ମୁଖ୍ୟ ଅତିଥି ପ୍ରାଧ୍ୟାପକ ଡକ୍ଟର ନିର୍ମଳ ସୁନ୍ଦର ମିଶ୍ର ପ୍ରଦୀପ ପ୍ରଜ୍ୱଳନ କରିଉଦ୍‌ଘାଟନ କରିଥିଲେ । କବି ବ୍ରଜନାଥ ବଡଜେନାଙ୍କ ଚତୁର ବିନୋଦ ପୁସ୍ତକଟି ଡକ୍ଟର ନିରଞ୍ଜନ ଦାଶଙ୍କ ଦ୍ୱାରା ଅନୂଦିତ “ଚତୁର୍ବିନୋଦମ୍‌” ପୁସ୍ତକ ଉନ୍ମୋଚିଚ ହୋଇଥିଲା । ମୁଖ୍ୟବକ୍ତା ଉଦୟ ପତି, ସମ୍ମାନିତ ଅତିଥି ବୈକୁଣ୍ଠନାଥ ସାହୁ, ଉପେନ୍ଦ୍ର ପଣ୍ଡା, ସାବିତ୍ରୀ ଦାଶ, ଲକ୍ଷ୍ମୀଧରରାଉତ, ସତ୍ୟବାଦୀ ପଣ୍ଡା ଯୋଗଦେଇ ସଂସ୍କୃତର ସୁରକ୍ଷା ପାଇଁ ଆହ୍ୱାନ ଦେଇଥିଲେ । ମାଧ୍ୟମିକ ସ୍ତରରେ ବୈଷୟିକ ଶିକ୍ଷାକୁ ଦ୍ୱିତୀୟଭାଷାଇଂରାଜୀର ବିକଳ୍ପ ଭାବେ ରଖିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକାରୀ ସଭାପତି ଡକ୍ଟର ନିରଞ୍ଜନ ଦାଶ ଅତିଥି ପରିଚୟ ଓ ପଣ୍ଡିତ ଟୁଟୁମିଶ୍ର ସମ୍ପାଦକୀୟ ପାଠ କରିଥିଲେ । ଅବସର ଗ୍ରହଣ କରିଥିବା ୫ଜଣ ସଂସ୍କୃତ ଶିକ୍ଷକଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲାା ବିଦ୍ୟାଳୟର ଛାତ୍ରୀ ପଧାନ ସଂସ୍କୃତ ଗୀତ ଓ ଦଶମ ଶ୍ରେଣୀର ଛାତ୍ରୀ ସୁଶ୍ରୀପ୍ରିୟା ରାଉତ, ପୂର୍ଣ୍ଣିମା ନାଏକ ଓ ବନାଳୀ ବେହେରା ସଂସ୍କୃତସଂଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ । ସର୍ବଶେଷରେ ପଣ୍ଡିତ ସତୀଶ ପ୍ରସାଦ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

three × five =