କୋଲକତା କାର୍ଯ୍ୟରତ ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେକ୍ୟାଣ୍ଡେଲ ଓ ଟର୍ଚ୍ଚ ରାଲି ଆୟୋଜିତ !

ଢେଙ୍କାନାଳ : କୋଲକତା କାର୍ଯ୍ୟରତ ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ବଜରଙ୍ଗ କ୍ଲବ୍ ଆହ୍ୱାନରେଏକ କ୍ୟାଣ୍ଡେଲ୍ ଓ ଟର୍ଚ୍ଚ ଶୋଭାଯାତ୍ରା ଶ୍ରୀବଳରାମ ମନ୍ଦିର ନିକଟରୁ ବାହାରି ସହରର ମୁଖ୍ୟରାସ୍ତା ଦେଇ ଜବାହାର ଚୌକଠାରେ ପହଁଚି ସେଠାରୁ ଗଣେଶ ବଜାର ଛକ ଦେଇ ମୁଖ୍ୟ ଷ୍ଟାଡିୟମ୍ ନିକଟରେ ଥିବା ଲୌହ ମାନବୀ ତଥା ପୂର୍ବତନ ମହିଳାମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତି ନିକଟରେ ପହଁଚିଥିଲେ । ଏହି ଶୋଭାଯାତ୍ରାରେ ଢେଙ୍କାନାଳ ଏକାଡେମି ଅଫ୍ ମେଡିକାଲ୍‌ସାଇନ୍‌ସି, ଇ-ବୁକ୍ ଇନ୍‌ଷ୍ଟିଚ୍ୟୁଟ୍‌, ଢେଙ୍କାନାଳ କଲେଜ୍ ଅଫ୍ ନର୍ସିଂ ତଥା ସହରର ବହୁ ସମ୍ବେଦନଶୀଳ ମହିଳା, ସାଧାରଣନାଗରିକ ଓ କ୍ଲବ୍‌ର ସଦସ୍ୟମାନେ ଯୋଗଦେଇଥିଲେ । ଉକ୍ତ ଘଟଣାର ପ୍ରତିବାଦରେ ମହିଳାମାନେ ହାତରେ କ୍ୟାଣ୍ଡେଲ୍ ଓ ଟର୍ଚ୍ଚଧରି ମୃତ ଡାକ୍ତରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ପ୍ଲା-କାର୍ଡ ଧରି ସମାଜରେ ବଢୁଥିବା ମହିଳାମାନଙ୍କ ପ୍ରତି ଅତ୍ୟାଚାରବିରୋଧରେ ସ୍ୱର ଉତୋଳନ କରିଥିଲେ । ଏହି ଶୋଭାଯାତ୍ରାକୁ ବଜରଙ୍ଗ କ୍ଲବ୍‌ର ସଭାପତି ମାନସ ରଞ୍ଜନ ରାଉତ, ସଂପାଦକଶୁଭେନ୍ଦୁ କୁମାର ଷଡଙ୍ଗୀ, ବରିଷ୍ଠ ସଭ୍ୟ ସୁବ୍ରତ ଦାସ, ଶଙ୍କଟ ଭଞ୍ଜନ ବେହେରା, ସନ୍ଦୀପ ହିନ୍ଦୋଚା, ସଞ୍ଜିବ କୁମାର ପଣ୍ଡା,ରବିନ୍ଦ୍ର ସୋନି, ବିଭୁ ପ୍ରସାଦ ମହାପାତ୍ର, ଦେବାଶିଷ ନାୟକ, ଶୁଭମ୍ ରଞ୍ଜନ ସାହୁ, ଦେବାଶିଷ ମହାପାତ୍ର, ସନତ ମିଶ୍ର,ସଞ୍ଜୟ ବେହେରା, ରୋଜେଶ୍ ପରିଡା, ଚିନ୍ମୟ ମହାପାତ୍ର, କୁଲ୍‌ଦୀପ ମହାପାତ୍ର, ବିଶ୍ୱଜିତ୍ ବେହେରା, ଜିତେନ୍ଦ୍ର ବେହେରା,ସଭ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ମହାପାତ୍ର, ରାକେଶ ମହାନ୍ତି, ରାଘବେନ୍ଦ୍ର ଭୁଷଣ୍ଡ, ସନ୍ଦୀପ ଷଡଙ୍ଗୀ, ଶୁଭମ୍ ଗୁରୁଙ୍ଗ୍‌, ଅମରବେହେରା, ଦୀପ୍ତିରଞ୍ଜନ ମିଶ୍ର, ଓମ୍ ପ୍ରକାଶ ଦାସ, ବିଶ୍ୱଜିତ୍ ମହାପାତ୍ର, ସ୍ମୃତି ରଞ୍ଜନ କର, ସତ୍ୟନାରାୟଣ ମହାପାତ୍ର,ଅବିନାଶ ରଣା ଏବଂ ମହିଳା ସଦସ୍ୟ ସୌମ୍ୟା ଷଡଙ୍ଗୀ, ସମୀକ୍ଷା ନନ୍ଦ, ହରପ୍ରିୟା ମହାପାତ୍ର, ମମତା ମହାପାତ୍ର, ନେହା,ରୋଜାଲିନ୍ ମହାନ୍ତି, ସସ୍ମିତା ମାଝି, ଅନନ୍ୟା ଦାସ, ପୂଜା କେଡିଆ, ଲୋହିତା ଶୁଭଶ୍ରୀ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।ବିଭନ୍ନ ଶିକ୍ଷାନୁଷ୍ଠାନର ମଧୁସ୍ମିତା ମଣ୍ଡଳ, ବିଶ୍ୱଜିତ୍ ପଣ୍ଡା, ବିଜନ ପରିଡା, କାଦମ୍ବିନୀ ସେଠୀ ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.

two × two =