“ମୋ ଢେଙ୍କାନାଳ” ଡିଜିଟାଲ ଚ୍ୟାନେଲର ୬ଷ୍ଠ ପ୍ରତିଷ୍ଠା ଦିବସ ପାଳିତ !

ଢେଙ୍କାନାଳ : ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ଶିଶୁ ଗୃହର ଠାରେ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ମୋ ଢେଙ୍କାନାଳ ମହୋତ୍ସବ ୨୦୨୪ ଓ ମୋ ସେବା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା ଏହି ଦିବସ ନିଆରା ଭାବରେ ପାଳନ ହୋଇଯାଇଛି।। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ରୋଟାରୀ କ୍ଲବର ସଭାପତି ପ୍ରଫେସର ହରେକୃଷ୍ଣ କର, ସମାଜସେବୀ କୁଳଦୀପ ରଥ, ଡାକ୍ତର ଶାନ୍ତିଭୂଷଣ ପଣ୍ଡା, ଶିକ୍ଷାବିତ୍ ଡ଼ଃ ରଜନୀକାନ୍ତ ତରାଇ, ଉପଦେଷ୍ଟା ପରେଶ ଚନ୍ଦ୍ର ପଟ୍ଟନାୟକ, ଶତ୍ରୁଘ୍ନ ମାଟି, ଅବନୀ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ଏହି ଭଳି ପ୍ରୟାସକୁ ସ୍ୱାଗତ କରିଥିଲେ ।ଆଗାମୀ ଦିନରେ ବିଭିନ୍ନ ବ୍ଲକରେ ଏହି ମହୋତ୍ସବ ପାଇଁ ବ୍ଲକ ସ୍ତରୀୟ ଓ ଶେଷରେ ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଯଥା ଚିତ୍ରାଙ୍କନ,ପ୍ରବନ୍ଧ, ବକ୍ତୃତା, ସଙ୍ଗୀତ, ନୃତ୍ୟ ଓ ଅଭିନୟ ପ୍ରତିଯୋଗିତା ସେପ୍ଟେମ୍ବର ମାସରେ ଆୟୋଜିତ ହେବ । ଏଥିରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକ ଓ ପୋୖରାଞ୍ଚଳର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇ ତାଙ୍କର ପ୍ରତିଭା ପ୍ରଦର୍ଶନ କରିପାରିବେ । ଶେଷରେ ମୋ ଢେଙ୍କାନାଳର ଏହିଭଳି ସ୍ୱତନ୍ତ୍ର ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଚ୍ୟାନେଲ କୁ ଧନ୍ୟବାଦ୍ ଦେବା ସହ ଏହାର ପ୍ରତିଷ୍ଠାତାଙ୍କୁ ଅତିଥିମାନେ ଭୂୟଂସି ପ୍ରଶଂସା କରିଥିଲେ। ପରେ ପରେ ଏକ ସ୍ଵତନ୍ତ୍ର ଆଲୋଚନା ଚକ୍ର ସହିତ ଜଣାଅଜଣା କାର୍ଯ୍ୟକ୍ରମ ହୋଇଥିଲାଉକ୍ତ କାର୍ଯ୍ୟକ୍ରମରେ ଗୁରୁଦେବଜୀ ଫାଉଣ୍ଡେସନର ଅଧ୍ୟକ୍ଷ ମାଷ୍ଟର ଇଞ୍ଜିନୟର ସୌମ୍ୟବ୍ରତ ସାହୁଙ୍କ ସମେତ ସମସ୍ତ ସଦସ୍ୟ,ସଦସ୍ୟା ଯୋଗଦେଇ ମୋ ଢେଙ୍କାନାଳର ଏହି ପ୍ରୟାସକୁ ସ୍ୱାଗତ ଜଣାଇବା ସହ ସାଧୁବାଦ ଜଣାଇଥିଲେ । ଗୁରୁଦେବଜୀ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ମୋ ଢେଙ୍କାନାଳର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ପ୍ରଥମେ ମୋ ଢେଙ୍କାନାଳର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିବା ପରେ ସମସ୍ତ ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ, ସଦସ୍ୟସଦସ୍ୟା ଓ ସହଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ଓ କହିଥିଲେ ଜିଲ୍ଲା ପ୍ରତି ସମର୍ପିତ ହୋଇ ସମସ୍ତେ ବିନମ୍ରତା, ପ୍ରେମ, ଶ୍ରଦ୍ଧା ଓ ଗର୍ବରେରେ କୁହନ୍ତୁ ମୋ ଢେଙ୍କାନାଳ ! ଏହି କାର୍ଯ୍ୟକ୍ରମକୁ ଗୁରୁଦେବଜୀ ଫାଉଣ୍ଡେସନ ଓ ମୋ ଢେଙ୍କାନାଳ ଚ୍ୟାନେଲର ସମସ୍ତ ସଦସ୍ୟ ସଦସ୍ୟା, କର୍ମକର୍ତ୍ତା ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।। ଏହି କାର୍ଯ୍ୟକ୍ରମକୁ ଗୁରୁଦେବଜୀ ଫାଉଣ୍ଡେସନର ସଦସ୍ୟା ମମତା ମହନ୍ତ ପରିଚାଳନା କରଥିବା ବେଳେ ବିଜୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇନ୍ଦ୍ରଜିତ ସାହୁ, ଡାର୍ଲିଂନ ଡାଲଟନ, ସୌଭାଗ୍ୟ ବରାଳ, ତପନ କୁମାର ସାହୁ ଓ ସତ୍ୟଜିତ ଦଳେଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

fifteen − 6 =