ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ପାଳିଲେ ଓଡ଼ିଶାର ଶତାୟୁ ବି.ବି.ହାଇସ୍କୁଲ ର ବରିଷ୍ଠ ଶିକ୍ଷକ ଡା. ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ୦୫ ଜଣ ଛାତ୍ର !

ଢେଙ୍କାନାଳ: ଚଳିତ ବର୍ଷ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ପରିସରରେ ସକାଳ ୧୦ ଘଟିକା ୩୦ ମିନିଟ୍ ସମୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସମଗ୍ର ଭାରତବର୍ଷର ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ବିଭିନ୍ନ ବିଭାଗ ଯଥା ସମର ଶିକ୍ଷାର୍ଥୀ ଜଳ,ସ୍ଥଳ,ଆକାଶ ବାହିନୀ,ସ୍କାଉଟ୍,ଗାଇଡ୍, ରେଡ଼କ୍ରସ ଓ ବିଭିନ୍ନ ବର୍ଗର ଛାତ୍ରୀ ଛାତ୍ର ସେମାନଙ୍କର ମାର୍ଗଦର୍ଶକ ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନଙ୍କ ସହିତ ଯୋଗଦାନ କରିଥିଲେ। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହିତ ଏହି ଉତ୍ସବ ପାଳନ ପାଇଁ ଓଡ଼ିଶାର ବିଭିନ୍ନ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀ ଦୁଇଦିନ ପୂର୍ବରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରି ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ପାଳିଥିଲେ ଓଡ଼ିଶାର ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ ଢେଙ୍କାନାଳର ବରିଷ୍ଠ ଶିକ୍ଷକ, ଆକାଶ ବାହିନୀ ଚିଫ୍ ଅଫିସର ତଥା ରାଜ୍ଯ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ୦୫ ଜଣ ଅଷ୍ଟମ ଶ୍ରେଣୀ ଛାତ୍ର କୁମାର ପ୍ରଭୁଦତ୍ତ ସାହୁ,ଆୟୁଷ କୁମାର ସାହୁ,ସତ୍ୟବ୍ରତ ନାଏକ,ଅଂଶୁମାନ ସ୍ଵାଇଁ ଓ ରିତବ୍ରତ ପଣ୍ଡା ପ୍ରମୁଖ ଏଥିରେ ସାମିଲ ହେବାର ବିରଳ ସୁଯୋଗ ହାସଲ କରିଥିଲେ।ସେମାନେ ରକ୍ଷା ବନ୍ଧନ ଉତ୍ସବ ପାଳନ ପରେ ମହାମହିମ ରାଷ୍ଟ୍ରପତିଙ୍କ ସହିତ ମାର୍ଗଦର୍ଶକ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଏକ ସ୍ଵତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦାନ କରିଥିଲେ। ଏହି ଅବସରରେ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ଦ୍ଵାରା ଲିଖିତ ଦୁଇଟି ଓଡ଼ିଆ ସନେଟ “ରକ୍ଷା ବନ୍ଧନ ପାଇଁ “ଓ “ମହାମହିମା ବିମଣ୍ଡିତା ଦ୍ରୌପଦୀ ମୁର୍ମୁ ” ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦ୍ୟେଶରେ ପାଠ କରି ତାକୁ ସର୍ବ ସମ୍ମୁଖରେ ଲୋକାର୍ପଣ କରିବାକୁ ସଫଳ ହୋଇଥିଲେ ।

Leave A Reply

Your email address will not be published.

8 + 17 =