ଇନର ହୁଇଲ ଜିଲ୍ଲା ଅଧ୍ୟକ୍ଷା ଙ୍କର ଅଧିକାରିକ ପରିଦର୍ଶନ !

ଢେଙ୍କାନାଳ: ଇନର ହୁଇଲ ଜିଲ୍ଲା ୩୨୬ ର ଅଧ୍ୟକ୍ଷା ସଂଧ୍ୟାରାଣୀ ମିଶ୍ର ଗତ ଅଗଷ୍ଟ ୧୭ ତାରିଖରେ ବାର୍ଷିକ ଅଧିକାରିକ ଗସ୍ତରେଆସି ଢେଙ୍କାନାଳ ଇନରହୁଇଲ କ୍ଲବ୍ ପରିଦର୍ଶନ କରି ଥିଲେ । କ୍ଲବ୍ ର ସଭାନେତ୍ରୀ, ସମ୍ପାଦିକା, ଏଡିଟର, କୋଷାଧକ୍ଷା ଅନ୍ୟାନ୍ୟସଦସ୍ୟା ମାନେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ । ଜିଲ୍ଲା ୩୨୬ ଅଧ୍ୟକ୍ଷା ଜୀବନଜ୍ୟୋତି ମାନସିକ ଅନଗ୍ରସର ବିଦ୍ୟାଳୟ ଓଆଦୃତ ଅନାଥାଶ୍ରମ ପରିଦର୍ଶନ କରିଥିଲେ । ପିଲାମାନଙ୍କୁ ଦେଖି ଭାବବିହ୍ୱଳ ହୋଇଥିଲେ ଓ ଜଳଖିଆ ବଂଟନ କରି ସେମାନଙ୍କ ସହିତକିଛି ସମୟ ବିତାଇ ଥିଲେ । ଇନର ହୁଇଲ ଜିଲ୍ଲା ଅଧ୍ୟକ୍ଷାଙ୍କ ଦ୍ୱାରା କ୍ଲବ୍ ର ସମସ୍ତ ଫାଇଲ ଯାଂଚ କରାଯାଇଥିଲା । ଜିଲ୍ଲା ଅଧ୍ୟକ୍ଷା କ୍ଲବ୍ ରବୁଲେଟିନ \”ଜାଗୃତି\’ ଉନ୍ମୋଚନ କରିଥିଲେ । ଦୁଇଟି ପ୍ରକଳ୍ପ ମାଧ୍ୟମରେ ଛାତ୍ରୀ ମୋନାଲିସା ବେହେରାଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ କ୍ଲବ୍‌ତରଫରୁ ଆର୍ôଥକ ସାହାଯ୍ୟ କରାଯାଇଥିଲା ଓ ଅନ୍ୟ ଏକ ମହିଳାଙ୍କୁ ସିଲେଇ ମେସିନ ମଧ୍ୟ ପ୍ରଦାନ କରା ଯାଇଥିଲା । ନୂଆ ସଦସ୍ୟା ଭାବେଡ଼.କବିତା ମହାନ୍ତିଙ୍କୁ ଜିଲ୍ଲା ଅଧ୍ୟକ୍ଷା ପିନ୍ ପିନ୍ଧାଇ ସମ୍ମାନିତ କରିଥିଲେ । ଜାତୀୟ ସଙ୍ଗୀତ ଗାନ କରିବା ପରେ ବୈଠକ ଶେଷ ହୋଇଥିଲା । ବୈଠକ ରେ ୨୨ ଜଣ ସଦସ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

17 − 4 =