ହିନ୍ଦୋଳବାସୀଙ୍କ ପାଇଁ ଦିବାସ୍ବପ୍ନ ବଡ଼ଯୋର ପ୍ରକଳ୍ପ : ଚାଷୀଙ୍କ କାମରେ ଆସୁନି ସାପୁଆ-ବଡ଼ଯୋର ଜଳସେଚନ ପ୍ରକଳ୍ପ !

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଚାଷୀମାନଙ୍କୁ ଚାଷକାର୍ଯ୍ୟ ନିମନ୍ତେ ବହୂ ଆଶା ଆଣିଦେଇଥିଲା ସାପୁଆ-ବଡଯୋର ଜଳସେଚନ ପ୍ରକଳ୍ପ ମାତ୍ର ଆଶା ଆଶାରେ ହିଁ ରହିଗଲା!୧୯୯୫-୨୦୦୦ମସିହା ସମୟରେ ହିନ୍ଦୋଳବାସୀଙ୍କ ଚାଷକାର୍ଯ୍ୟ ପାଇଁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ରସୋଳ ଦଣ୍ଡିରୀ ନିକଟରେ ସାପୁଆ ଜଳସେଚନ ଏବଂ ହିନ୍ଦୋଳ ସଦର ଏନଏସି ଅଞ୍ଚଳ ମଧ୍ୟରେ ୱାର୍ଡନଂ-୧୪ ଭୀମଖନ୍ଦା ଠାରେ ବଡଯୋର ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ ସାପୁଆଡ୍ୟାମ କାର୍ଯ୍ୟ ହୋଇଥିଲା । ମାତ୍ର ବଡଯୋର ପ୍ରକଳ୍ପ କାଗଜକଲମରେ ସୀମିତ ରହିଗଲା!ଏହି ଦୁଇଟି ପ୍ରକଳ୍ପର ଜଳଭଣ୍ଡାରରୁ ପାଣି ଆସି ନୂଆବଗ ବ୍ୟାରେଜରେ ରଖାଯାଇ ବିଭିନ୍ନ କେନାଲ ମାଧ୍ୟମରେ ପାଣି ଯାଇ ଏଥିରେ ନିର୍ଭରଶିଳ ବଣପାହାଡ଼ ଘେରା ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳବ୍ଲକର ୩୫ପଂଚାୟତ ଓ ହିନ୍ଦୋଳ ଏନଏସି ର ୭୦%ଚାଷୀକୁଳ ଉପକୃତ ହୋଇଥାନ୍ତେ!ସେପଟେ ସାପୁଆ ଜଳସେଚନ ପ୍ରକଳ୍ପ ମଧ୍ୟ ଅଧାପାହାନ୍ତାରେ ଥିବାବେଳେ କେନାଲ ଗୁଡିକ ସମ୍ପୂର୍ଣ୍ଣ ହେଲାନାହିଁ ବରଂ ଏହାକୁ ପର୍ଯ୍ୟଟନସ୍ଥଳ ମାନ୍ୟତା ଦିଆଯାଇ କୋଟିକୋଟି ଟଙ୍କାର ଅନୁଦାନ ଅଣାଯାଇ ଉର୍ନ୍ନତି ନାମରେ ନିମ୍ନମାନର କାମକରି ରାଜନୀତିକରି ବାଟମାରାଣ କରାଯାଉଛି । ସେହିପରି ୨୦୦୦ରୁ ୨୦୨୪ ମଧ୍ୟରେ ଛଅ ଛଅ ଜଣ ବିଧାୟିକା ଦାୟିତ୍ୱ ଗ୍ରହଣ କରିଥିଲେ ମଧ୍ୟ ଅଣଦେଖା କରିବାସହ ହିନ୍ଦୋଳ ଏନଏସି ଭୀମଖନ୍ଦା ନିକଟ ବଡ଼ଯୋର ପ୍ରକଳ୍ପ ଆରମ୍ଭ ହୋଇପାରିଲା ନାହିଁ ଯାହାକି ସ୍ଥାନୀୟ ଜନସାଧାରଣ ଓ ଭୋଟରଙ୍କୁ ନିରାଶ କରିଛି । ହିନ୍ଦୋଳ ଏନଏସି ର ଭୀମଖନ୍ଦା ନିକଟରେ ବଡଯୋରା ପ୍ରକଳ୍ପ ଓ ସାପୁଆ ପ୍ରକଳ୍ପ ସଠିକ ଭାବରେ ହୋଇଥିଲେ ସ୍ଥାନୀୟ ଅଂଚଳର ଚାଷୀକୁଳ ସମେତ ବହୂ ବେରୋଜଗାର ବେକାର ଯୁବକ ଦାଦନ ଖଟିବାକୁ ବାହାରକୁ ନଯାଇ ଏହିଠାରେ ରୋଜଗାରକ୍ଷମ ହୋଇପାରନ୍ତେ ଏବଂ ଅଞ୍ଚଳ ବିକଶିତ ହୋଇପାରନ୍ତା ବୋଲି ଆଲୋଚନା ହୁଏ । ପ୍ରକଳ୍ପ ଆରମ୍ଭ ସମୟରେ ଭୀମଖନ୍ଦା ନିକଟରେ କିଛି ରାସ୍ତା, ଅଫିସ କ୍ଵାଟର ଓ ସାତମାଇଲ ଠାରେ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ହୋଇଥିବାବେଳେ ତାହା ଏବେ ଭୁତ କୋଠୀର ପରିଣତ ହୋଇଛି । ମାତ୍ର ନିର୍ବାଚିତ ନେତୃତ୍ୱ ମାନଙ୍କର ବୈମାତୃକ ମନୋଭାବ ଯୋଗୁଁ ହିନ୍ଦୋଳ ଏନଏସି ରେ ବଡଯୋରା ଜଳସେଚନ ପ୍ରକଳ୍ପ ଦିବାସ୍ବପ୍ନ ହୋଇଥିବାବେଳେ ଉଭୟ ପ୍ରକଳ୍ପ ଏକପ୍ରକାରେ ଫେଲ ମାରିଛି ଏବଂ ଭୋଟରଙ୍କୁ ଭୁଆଁ ବୁଲାଯାଇଛି ଓ ଏହିସବୁ ପ୍ରକଳ୍ପ ଏକ ନିର୍ବାଚନୀ ଚାଲ, କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ କୋଟିପତି କରାଇବା ଉଧେଶ୍ୟ ବୋଲି ଠକାମିରେ ବାରମ୍ବାର ପଡିଥିବା ହିନ୍ଦୋଳ ଏନଏସି ସମେତ ହିନ୍ଦୋଳ ନିର୍ବାଚନମଣ୍ଡଳୀ ଭୋଟର, ଜନସାଧାରଣ ଓ ବୁଦ୍ଧିଜୀବୀମାନେ ଆଲୋଚନା କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାହାକି ଆଗାମୀ ଦିନରେ ହିନ୍ଦୋଳ ରାଜନୀତିକୁ ପ୍ରଭାବିତ କରିବା ଆଶଙ୍କା ଏଡାଇଦିଆଯାଇ ନପାରେ । ଏଥିସହ ହିନ୍ଦୋଳ ଏନଏସି ଭୀମଖନ୍ଦା ଜଳସେଚନ ପ୍ରକଳ୍ପ ଶୀଘ୍ର ତ୍ୱରାନ୍ୱିତ କରିବାକୁ ହିନ୍ଦୋଳ ଜନସାଧାରଣ ରାଜ୍ୟସରକାରଙ୍କୁ ଦାବି କରିଛନ୍ତି ।

Leave A Reply

Your email address will not be published.

20 − 16 =