ବାଲିଯୋରନ୍ଦା ଗ୍ରାମରେ ୧୨ତମ ବାର୍ଷିକ ଓଁ ନମଃ ଶିବାୟ ନାମଯଜ୍ଞ ଅନୁଷ୍ଠିତ !

ଢ଼େଙ୍କାନାଳ : ଶ୍ରାବଣ ମାସ ଶୁକ୍ଲପକ୍ଷ ଶେଷ ସୋମବାର ଦିନ ଗଁଦିଆ ବ୍ଲକ ଅନ୍ତର୍ଗତ ବାଲିଯୋରନ୍ଦା ଗ୍ରାମର ଶ୍ରୀ ଶ୍ରୀ ମଣିଶ୍ୱର ମହାଦେବ ମନ୍ଦିର ଠାରେ ପ୍ରଭୁ ଭୋଳାନାଥଙ୍କର ୧୨ତମ ବାର୍ଷିକ ଓଁ ନମଃ ଶିବାୟ ନାମଯଜ୍ଞ ମହାସମାରୋହରେ ଆରମ୍ଭ ହୋଇଯାଇଛି l ଏହି ମହାସମାରୋହ ଆସନ୍ତା କାଲି ଅଗଷ୍ଟ ୨୦ ତାରିଖ ସକାଳ ୬ଟା ବେଳେ ପୂର୍ଣ୍ଣାହୁତି ହେବ l ଆହୋରତ୍ର ନାମଯଜ୍ଞରେ ଆଖପାଖ ଅଞ୍ଚଳର ୧୦ ଟି ଗ୍ରାମର ମହିଳା ଏବଂ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଛନ୍ତି l ଗତ ୧୨ ବର୍ଷ ହେଲା ବାଲିଯୋରନ୍ଦା ଗ୍ରାମର ଅବସର ପ୍ରାପ୍ତ ବରିଷ୍ଠ ଯନ୍ତ୍ରୀ ସୁଦର୍ଶନ ସ୍ୱାଇଁଙ୍କ ମାର୍ଗ ଦର୍ଶନରେ ଚାରୋଟି ଗ୍ରାମ ଯଥା ବାଲିଯୋରନ୍ଦା, ବଜୁରିଆ, ବ୍ରହ୍ମପୁରା ଓ ରାୟପୁରl ଗ୍ରାମର ସ୍ବେଛାସେବୀ ହରିନାରାୟଣ ଦାଶ, ରବିନାରାୟଣ ପରିଡା, ଚୈତନ୍ୟ ମହାନ୍ତି, ଜୟନ୍ତ ସ୍ୱାଇଁ, ପଙ୍କଜ ନାୟକ, ଅଚ୍ୟୁତାନନ୍ଦ ମହାନ୍ତି, ଦୁଷ୍ମନ୍ତ ସ୍ୱାଇଁ, ଅଜିତ ସ୍ୱାଇଁ, ବନମାଳୀ ପାଣିଗ୍ରାହୀ, ଗିରିଧାରୀ ମହାନ୍ତି, ସୁକାନ୍ତି ପରିଡା, ସୁଷମା ନାୟକ, ସୁଶାନ୍ତ ସାହୁ, ଡମ୍ବରୁଧର ବେହେରା, ନନ୍ଦିନୀ ନାୟକ, ଶୈଳବାଳା ପାଣିଗ୍ରାହୀ, ନିର୍ମଳା ବେହେରା ପ୍ରମୁଖଙ୍କ ସହଯୋଗରେ ସ୍ଥାନୀୟ ଅଞ୍ଚଳର ଶହ ଶହ ଭକ୍ତ ଶ୍ରାବଣ ମାସର ଶେଷ ସୋମବାର ଦିନ ଶ୍ରୀ ଶ୍ରୀ ମଣିଶ୍ୱର ମହାଦେବଙ୍କ ଦର୍ଶନ କରି ପ୍ରସାଦ ସେବନ କରିଥିଲେ l

Leave A Reply

Your email address will not be published.

fourteen − 6 =