ବଳରାମ ଜନ୍ମ ଓ ଗହ୍ମା ପୂର୍ଣ୍ଣିମା ଅବସରରେ ବଜରଙ୍ଗ କ୍ଲବ୍ ତରଫରୁ ଗୋ-ପୂଜନ ଉତ୍ସବ ପାଳନ !

ଢେଙ୍କାନାଳ : ବଳରାମ ଜନ୍ମ ଓ ଗହ୍ମା ପୂର୍ଣ୍ଣିମା ଅବସରରେ ଗୋ’ମାତାଙ୍କୁ ପୂଜନ କରିବା ପରମ୍ପରାବୈଦିକ ଯୁଗରୁ ଚାଲିଆସିଛି । ଗାଈକୁ ମାଆ ସହ ତୁଳନା କରାଯାଇଛି । ମାଆ ଯେପରି ପିଲାମାନଙ୍କୁ ଅମୃତ ପ୍ରଦାନ କରିସନ୍ତାନମାନଙ୍କୁ ପାଳନ କରିଥାଏ, ସେହିପରି ଗୋ-ମାତା ମଧ୍ୟ ମାନବ ସମାଜକୁ ଅମୃତ ପ୍ରଦାନ କରି ପାଳନ କରିଥାଏ ।ସେଥିପାଇଁ ଗାଈକୁ ମାତା ରୂପରେ ବିବେଚନା କରାଯାଇ ଗହ୍ମା ପୂର୍ଣ୍ଣିମା ଦିନ ଗୋ-ମାତାକୁ ପୂଜନ କରାଯାଏ ।ଏହି ଗହ୍ମା ପୂର୍ଣ୍ଣିମା ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବଜରଙ୍ଗ କ୍ଲବ ତରଫରୁ ଗୋ-ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ବୃକ୍ଷକୁ ରାକ୍ଷୀ ବାନ୍ଧି ରକ୍ଷାବନ୍ଧନ ପାଳନ କରାଯାଇଥିଲା । କ୍ଲବ୍‌ରସଦସ୍ୟମାନେ ସଂଧ୍ୟାରେ ଗୋ-ମାତାଙ୍କୁ ପୂଜା ଅର୍ଚ୍ଚନା କରି ଖାଦ୍ୟ ପ୍ରଦାନ କରିଥିଲେ । ଜନମାନସରେ ଗୋ-ମାତାଙ୍କ ପ୍ରତିଭଲ ପାଇବା ଓ ସେବା ଯତ୍ନ ନେବା ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି ପାଇଁ କ୍ଲବ୍ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଚାଲୁ ରଖିଛି ।ସୂଚନା ଥାଉକି ବହୁବର୍ଷ ଧରି ବଜରଙ୍ଗ କ୍ଲବ ପକ୍ଷରୁ ସହରର ବୁଲା ଗାଈଗୋରୁ ଓ ଷଣ୍ଢମାନଙ୍କର ସେବା କରିଆସୁଥିବାବେଳେଗୋ-ଚାଲାଣକୁ ମଧ୍ୟ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । କ୍ଲବ୍ ସଦସ୍ୟ କୃଷ୍ଣଚନ୍ଦ୍ର ନାୟକ, ଦେବାଶିଷ ମହାପାତ୍ର,ଶୁଭମ୍ ଗୁରୁମ୍‌, ଅମର ବେହେରା, ରାଜେନ୍ଦ୍ର ମହାପାତ୍ର, ବବୁଲ୍ ଦାସ, ରାଘବେନ୍ଦ୍ର ଭୂଷଣ୍ଡ, ସୂର୍ଯ୍ୟପ୍ରକାଶ ବେହେରା,ଜ୍ୟୋତି ପ୍ରକାଶ ବେହେରା, ରୁଦ୍ରନାରାୟଣ ବେହେରା, ସାଗର ରଣା, ଦୀପ୍ତିରଞ୍ଜନ ମିଶ୍ର, ରାକେଶ କର, ବାପୁନୀ ନାୟକ,ଅଂଶୁମାନ ଦାସ, ରୁଦ୍ରନାରାୟଣ ବେହେରା ପ୍ରମୁଖ ଏହି ଗୋ-ପୂଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

16 − one =