ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ହିନ୍ଦୋଳ ରେ ମହମ ଶୋଭାଯାତ୍ରା !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାର ଡାକ୍ତର, ନର୍ସ ଓ କର୍ମଚାରୀମାନେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ। କୋଲକାତାର ସରକାରୀ ଡାକ୍ତରଖାନାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ସାରା ରାଜ୍ୟରେ ଡାକ୍ତରମାନେ ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହି ପରିପେକ୍ଷୀରେ ପ୍ରତିବାଦ ସ୍ୱରୂପ କରି ମୃତ ଡାକ୍ତରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ କିଛି ଦିନତଳେ ଦୁର୍ବୃତ୍ତମାନେ ପଶ୍ଚିମବଙ୍ଗ କୋଲକାତାର ଜୈନିକ ମହିଳା ଡାକ୍ତରଙ୍କୁ କର୍ତ୍ତବ୍ୟ ପାଳନ ସମୟରେ ଦୁଷ୍କର୍ମ କରି ହତ୍ୟା କରିଥିଲେ। ଯାହାକି ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଡାକ୍ତର ଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦେଶସାରା ଡାକ୍ତର ମାନେ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି । ଦେଶରେ ଦିନକୁ ଦିନ ଡାକ୍ତର ଏବଂ ଚିକିତ୍ସା କ୍ଷେତ୍ରରେ କର୍ତ୍ତବ୍ୟ ପାଳନ କରୁଥିବା କର୍ମଚାରୀଙ୍କ ପ୍ରତି ବଢ଼ୁଥିବା ଅନ୍ୟାୟ ଅତ୍ୟାଚାର ଚିନ୍ତାର କାରଣ ପାଲଟିଛି । ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସୁରକ୍ଷା ଅପରିହାର୍ଯ୍ୟ ହୋଇପଡିଥିବା ବେଳେ ମହିଳା ଡାକ୍ତରଙ୍କ ହତ୍ୟା ପ୍ରତିବାଦକୁ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାର ସମସ୍ତ କର୍ତ୍ତବ୍ୟରତ୍ତ କର୍ମଚାରୀ ସମର୍ଥନ ଜଣାଇ ନିରବ କ୍ୟାଣ୍ଡେଲ ଶୋଭାଯାତ୍ରା କରିବା ସହ ନ୍ୟାୟପାଇଁ ଦାବି କରିଛନ୍ତି। ଏହି ନ୍ୟାୟ ଶୋଭାଯାତ୍ରାକୁ ହିନ୍ଦୋଳ ଉପଖଣ୍ଡର ବୁଦ୍ଧିଜୀବୀ ଓ ସର୍ବସାଧାରଣ ସମର୍ଥନ ଜଣାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ମୃତ ଡାକ୍ତରଙ୍କ ପାଇଁ ସରକାର ଓ ନ୍ୟାୟପାଳିକାଙ୍କ ଠାରୁ ନ୍ୟାୟ ଚାହିଁଛନ୍ତି ।

Leave A Reply

Your email address will not be published.

nineteen + 10 =