ଢେଙ୍କାନାଳ ଜିଲ୍ଲାର ୮ ଜଣ ବିଜ୍ଞାନ ଓ ଗଣିତ ଶିକ୍ଷକ ପ୍ରଶିକ୍ଷଣ ନିମନ୍ତେ ବେଙ୍ଗାଲୁରୁ ଗସ୍ତ !

ଢେଙ୍କାନାଳ: ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଆଦେଶକ୍ରମେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୮ଜଣ ବିଜ୍ଞାନ ଓ ଗଣିତ ଶିକ୍ଷକ ଓ ଶିକ୍ଷୟତ୍ରୀ କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ ଠାରେ ତା ୧୮/୦୮/୨୪ ଠାରୁ ତା୨୮/୦୮/୨୪ ଦୀର୍ଘ ୧୧ ଦିନ ବ୍ୟାପି ଚାଲିଥିବା ପ୍ରଶିକ୍ଷଣ ରେ ଯୋଗ ଦେଇଛନ୍ତି । ଉକ୍ତ ପ୍ରଶିକ୍ଷଣ ଶିବିରରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛାତ୍ରଛାତ୍ରୀମାନଙ୍କର କିପରି ଶ୍ରେଣୀଗୃହ ଓ ଦୈନନ୍ଦିନ ଜୀବନରେ ପ୍ରତିଭା ବିକାଶ ହୋଇପାରିବ ସେଥି ନିମନ୍ତେ ଉଭୟ ସିଦ୍ଧାନ୍ତ ଓ ବ୍ୟବହାରିକ ଶିକ୍ଷା ଗ୍ରହଣକରୁଛନ୍ତି । ଉକ୍ତ ପ୍ରଶିକ୍ଷଣରେ ଫକୀରମୋହନ ଉଚ୍ଚ ବିଦ୍ୟାଳୟ, ନାଗିଆପଶିର ମଧୁସୂଦନ ରାଉତ, ମଣୀଦେବୀ ଉଚ୍ଚ ବିଦ୍ୟାଳୟର ପ୍ରେମାନନ୍ଦ ସାହୁ ,ସନ୍ଥପୁର ଉଚ୍ଚ ବିଦ୍ୟାଳୟର ଆକାଶ ଅଭିଷେକ ବେହେରା , ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ନୂଆଗଡ଼ ର ଅଭୟ କୁମାର ଶତପଥୀ, ପଞ୍ଚସଖା ଉଚ୍ଚବିଦ୍ୟାଳୟର ସରୋଜ କୁମାର ସ୍ୱାଇଁ , ଆଳତୁମା ଉଚ୍ଚ ବିଦ୍ୟାଳୟର ସୁନନ୍ଦା ପରିଡ଼ା , ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ, ବେଲଟିକିରି ର ଶୁଭଲିପ୍ସା ଶୁକ୍ଳା ,ଶଙ୍କରପୁର ଉଚ୍ଚ ବିଦ୍ୟାଳୟର ପ୍ରିୟଙ୍କା ବେହେରା ପ୍ରମୁଖ ପ୍ରତିକ୍ଷଣ ନେଉଛନ୍ତି । ଉକ୍ତ ପ୍ରଶିକ୍ଷଣରେ ଭାଗ ନେଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଜିଲ୍ଲାଶିକ୍ଷାଧିକାରୀ ଶ୍ରୀମତୀ ବିନିତା ସେନାପତି , ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ସସ୍ମିତା ସାହୁ ଏବଂ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେଷକ ଶ୍ରୀଯୁକ୍ତ ଲକ୍ଷ୍ମୀଧରମହନ୍ତ ପ୍ରମୁଖଙ୍କୁ ପ୍ରଶିକ୍ଷାର୍ଥୀ ମାନେ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.

12 + fourteen =