ଜରୁରୀକାଳୀନ ସେବା ପ୍ରଦାନ କାରୀ କର୍ମଚାରୀ ମାନଙ୍କୁ ଜନ ମଙ୍ଗଳ (ରାସୋଳ) ସଂଗଠନ ତରଫରୁ ରାକ୍ଷୀ ବନ୍ଧନ !

ଢ଼େଙ୍କାନାଳ: ଯେତେବେଳେ ସବୁ ଭାଇ ଭଉଣୀ ମାନେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ର ପର୍ବକୁ ଖୁସି ର ସହ ପାଳନ କରନ୍ତି ଠିକ୍ ସେହି ସମୟରେ ପୋଲିସ ଭାଇ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଗଣ ନିଜର ଦାୟିତ୍ଵ କୁ ଭୁଲି ନଯାଇ ନିଜର ଖୁସି କୁ ପଛରେ ପକାଇ ଦେଇଥାନ୍ତି।ସେମାନଙ୍କ ଓଠ ରେ ହସ ଟିକେ ଭରି ଦେଵା ପାଇଁଁ ସ୍ନେହ,ପ୍ରେମ,ମୈତ୍ରୀ ଏବଂ ସୁରକ୍ଷା କରିବାର ପ୍ରତିଶୃତି ର ପର୍ବ,ଓଡ଼ିଶାର ପାରମ୍ପରିକ ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ପାଳନ ଅବସର ରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ତରଫରୁ ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମରେ ଜରୁରୀ କାଳୀନ ସେବା ପ୍ରଦାନ କାରୀ ସରକାରୀ କର୍ମଚାରୀ ଯଥା ରାସୋଳ ପୋଲିସ ଷ୍ଟେସନ ଓ ରାସୋଳ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କ ହାତରେ ରାଖୀ ର ରେଶମ ଡୋର ବାନ୍ଧିବା ସହିତ ମିଷ୍ଟାନ୍ନ ଵଣ୍ଟନ ପୂର୍ବକ ନିଆରା ଢଙ୍ଗ ରେ ହର୍ଷୋଉଲ୍ଲାସ ସହିତ ପାଳନ କରାଯାଇଛି।
ସଂଗଠନ ତରଫରୁ ଉପଦେଷ୍ଟା ଶ୍ରୀମତି ସତ୍ୟଭାମା ମିଶ୍ର ଙ୍କର ତତ୍ତ୍ଵାବଧାନରେ ପ୍ରତିଷ୍ଠାତା ବିଭୁ ଶତପଥୀ,ସମ୍ପାଦକ ପ୍ରଦୀପ ନାୟକ,ସହ ସଂଯୋଜକ ଚନ୍ଦନ ସାହୁ,ଆଜୀବନ ସେବିକା ମମତା ବେହେରା,ସସ୍ମିତା ମିଶ୍ର ଉପସ୍ଥିତ ରହି ସବୁରି ହାତ ରେ ରାକ୍ଷୀ ଵାନ୍ଧିବା ସହିତ ଖୁସି ବାଣ୍ଟି ଥିଲେ। ସମସ୍ତ କର୍ମଚାରୀ ମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ନିମିତ୍ତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ।
ଏତାଦୃଶ କାର୍ଯ୍ୟ କୁ ରାସୋଳ ପୋଲିସ ଷ୍ଟେସନ ର ଭାର ପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଵିଧୂ ଭୂଷଣ ମିଶ୍ର ଏବଂ ରାସୋଳ ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ମହେଶ୍ଵର ରାଣା ଓ କର୍ମଚାରୀ ଗଣ ଭୂୟସୀ ପ୍ରଶଂସା କରିବା ସହିତ ସଂଗଠନ ର ପ୍ରତୈକ ଟି ଭାଇ ଭଉଣୀ ମାନଙ୍କର ଚଲାପଥ କୁସୁମିତ ହେବା ସହିତ ସଂଗଠନ ର‌ ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ। ଶ୍ରୀଯୁକ୍ତ ଵିଧୂ ଭୁଷଣ ମିଶ୍ର ସଂଗଠନ ର ସେବା କାର୍ଯ୍ୟ ନିମିତ୍ତ ୫୦୦ ଟଙ୍କା ର ଆର୍ଥିକ ସହାୟତା ରାଶି ଦାନ କରିଥିବାରୁ ସଂଗଠନ ତରଫରୁ କୃତଜ୍ଞତା ଞ୍ଜାପନ ଓ ଆନ୍ତରିକ ସାଧୁବାଦ ତଥା ଅଶେଷ ଧନ୍ୟବାଦ ପ୍ରଦାନ କରାଯାଇଛି।

Leave A Reply

Your email address will not be published.

5 × 5 =