ଢେଙ୍କାନାଳ ଜିଲ୍ଲା ସଂସ୍କୃତି ବିଭାଗ ଅଡିଟୋରିୟମ୍ ଖୁବ୍‌ଶୀଘ୍ର ଜନସାଧାରଣଙ୍କ ପାଇଁ ଖୋଲାଯିବ-ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଢେଙ୍କାନାଳ : ଓଡିଶା ସରକାରଙ୍କ ଖାଦ୍ୟ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ହନୁମାନ ବାଟିକା ଠାରେ ଜନସାଧାରଣଙ୍କ ସହିତ ସହରରେ ବିଭିନ୍ନ ଉନ୍ନତମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିବା ସହ ଢେଙ୍କାନାଳ ସଂସ୍କୃତ କାର୍ଯ୍ୟାଳୟ ଠାରେ ନବ ନିର୍ମିତ ପ୍ରେକ୍ଷାଳୟ ସଂପର୍କରେ ପଚାରି ବୁଝିଥିଲେ । ପରେ ପରିଦର୍ଶନରେ ଯାଇ ବକେୟା କାର୍ଯ୍ୟ ସଂପର୍କରେ ଅନୁଧ୍ୟାନ କରିଥିଲେ ।ତେବେ ପ୍ରେକ୍ଷାଳୟଟି ପାଇଁ ଶବ୍ଦ ଆଲୋକ ଆଜିର ବ୍ୟବସ୍ଥା ହୋଇ ପାରିନଥିବା କାରଣରୁ ତାହା ଜନସାଧାରଣଙ୍କ କଳା ଅନୁଷ୍ଠାନମାନଙ୍କବ୍ୟବହାରରେ ଆସିପାରୁ ନାହିଁ ବୋଲି ଜାଣିବାକୁ ପାଇଥିଲେ । ଏହି ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ଏବଂ ରାଜ୍ୟ ସଂସ୍କୃତ ମନ୍ତ୍ରୀଙ୍କ ସହିତଆଲୋଚନା କରି ଏହାର ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ନରେଶ ଚନ୍ଦ୍ରମହାପାତ୍ର, ପୂର୍ବତନ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ବିଜେପି ମିଡିଆ ସେଲ୍ ପ୍ରଭାରୀ ନବ କିଶୋର ଗୁରୁ,ସୁନିଲ୍ ଶର୍ମା, ମାତୃପ୍ରସାଦ ନନ୍ଦ, କାଉନ୍‌ସିଲର ନିରୋଦ କୁମାର ସାହୁ, ଜିଲ୍ଲା କଳା ସଂସ୍କୃତି ଉପସଭାପତି ଅବନୀ ମିଶ୍ର, ଜିତେନ୍ଦ୍ର ପଟ୍ଟନାୟକ,ସନ୍ତୋଷ ବେହେରା, ବୁଲୁ ତ୍ରିପାଠୀ, ସତ୍ୟ ରଞ୍ଜନ ଭୂୟାଁ, ପଦ୍ମଭୂଷଣ ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତା ଓ ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 × 2 =