ହିନ୍ଦୋଳ ବିଜୁ ଜନତା ଦଳ ର ଜନଜାଗରଣ ସଭା : ଗପୁଲି ସରକାରଙ୍କ ପ୍ରତାରଣାକୁ ପ୍ରତିବାଦ- ପୂର୍ବତନ ସାଂସଦ ମହେଶ ସାହୁ

ଢ଼େଙ୍କାନାଳ -ଓଡିଶାର ବିରୋଧୀଦଳର ନେତା ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟସରକାରଙ୍କ ପ୍ରତିଶୃତି ପାଳନ ନକରିବାପାଇଁ ରାଜ୍ୟ ସାରା ଜନଜାଗରଣ ସଭା ଅନୁଷ୍ଠିତ ହେଉଅଛି!ଏହି ପରିପେକ୍ଷୀରେ ହିନ୍ଦୋଳ ନିର୍ବାଚନମଣ୍ଡଳୀ ବିଜୁଜନତାଦଳ ପକ୍ଷରୁ ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେଡି ସମନ୍ବୟ କମିଟିର ସଦସ୍ୟ ଶ୍ରୀଯୁକ୍ତ ମହେଶ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ହିନ୍ଦୋଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ମିଛୁଆ ସରକାରଙ୍କ ମିଛ ପ୍ରତିଶୁତି ପ୍ରତିବାଦ କରାଯାଇଥିଲା । ହିନ୍ଦୋଳ ବ୍ଲକ ସମ୍ମୁଖରେ ଶତାଧିକ ଭତ୍ତାଧାରୀ, ଦଳୀୟ ପଦାଧିକାରୀ, କର୍ମୀ ଓ ଜନସାଧାରଣଙ୍କ ସହ ଜନଜାଗରଣ ସଭା ଅନୁଷ୍ଠିତ ହୋଇଯାଇଛି । ଭତ୍ତାଧାରୀଙ୍କ ଭତ୍ତାକୁ ୩୦୦୦ କରାଯିବା ପ୍ରତିଶୃତି ଦେଇଥିବା ବିଜେପି ଦଳ କ୍ଷମତାସୀନ ହେବା ପରେ ପ୍ରତିଶ୍ରୁତି ଭୂଲି ବୃଦ୍ଧ ଜନସାଧାରଣଙ୍କ ସହ ପ୍ରତାରଣା କରୁଛି । ବିଜେପି ସରକାରର ଜନମାରଣ ନୀତିକୁ ବିରୋଧ କରିବା ସହ ଆଗାମୀ ଦିନରେ ପ୍ରତିଶୃତି ମୁତାବକ ଯଦି ଭତ୍ତା ୩୦୦୦ କରାନଯାଏ ତେବେ ପୁରପଲ୍ଲୀରେ ଆନ୍ଦୋଳନ ହେବ ବୋଲି ଆଜି ଉକ୍ତ ବୈଠକରେ ପ୍ରାକ୍ତନ ସାଂସଦ ଶ୍ରୀ ମହେଶ ସାହୁ ପ୍ରକାଶ କରିଥିଲେ ।ଏଥିସହ ରାଜ୍ୟ ସରକାରଙ୍କ ପ୍ରତିଶୃତି ଧୂଆଁବାଣ ବୋଲି କହିବା ସହ ସରକାରଙ୍କ ବିଭିନ୍ନ ବିଫଳତା ବିଷୟରେ ଉଦବୋଧନ ଦେଇଥିଲେ!ରାଜ୍ୟ ଯୁବ ବିଜେଡି ସଂମ୍ପାଦକ ଦେବୀପ୍ରସାଦ_ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ହିନ୍ଦୋଳ ଏନଏସି ବିଜେଡି କାର୍ଯ୍ୟକାରୀ ସଭାପତି ତଥା ବିଜେଡି ଜିଲ୍ଲାସମ୍ପାଦକ ପ୍ରଦ୍ୟୁମ୍ନ_ବେହେରା ଧନ୍ୟବାଦ ଅର୍ପଣ କରିଥିଲେ!ଅନ୍ୟମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ସମ୍ପାଦକ ସତ୍ୟଜିତ ପଟ୍ଟନାୟକ,ହିନ୍ଦୋଳ ଏନଏସି ଉପାଧ୍ୟାକ୍ଷା ଶ୍ରୀମତୀ ପ୍ରତିମା ରାଉତ, କାଉନସିଲର ଅନୁପମା ସାହୁ, ସୁମତି ଦେହୁରୀ, ବନିତା ଦାସ, ବିଜୟ ପ୍ରଧାନ, ଶୁଭଲଷ୍ମୀ ଦେହୁରୀ, ବିଷ୍ଣୁପ୍ରିୟା ନାଏକ, ରିତାରାଣୀ ବେହେରା,ଛାତ୍ରବିଜେଡି ଜିଲ୍ଲା ଉପସଭାପତି ଶ୍ରୀକାନ୍ତ ବାରିକ,ଶ୍ରୀକାନ୍ତ ମହାପାତ୍ର,ପୂର୍ବତନ ସମିତିସଭ୍ୟ ବୁଦ୍ଧଦେବ ନାଏକ,ବରିଷ୍ଠ ବିଜେଡି ନେତା ବିଜୟ ବେହେରା, କୈଳାଶ ବେହେରା,ଶୁଭେନ୍ଦୁ ଦାସ, ପ୍ରଶାନ୍ତ ଦାସ,ହାପି ଗଡ଼ନାଏକ, ସିଧେଶ୍ୱର ପ୍ରଧାନ, ଦେବାର୍ଚ୍ଚନ ଦେହୁରୀ,ମୃତ୍ୟୁଞ୍ଜୟ ଦାସ, ପୂର୍ଣ୍ଣଚନ୍ଦ୍ର ନାଠି, ସିପୁନ,ନିରୋଜ ପାଳ,ପୂର୍ବତନ କାଉନସିଲର ରମେଶ ସାହୁ, ପଳଉ ଦେହୁରୀ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା, କର୍ମୀ, ଅବହେଳାର ଶିକାର ହୋଇଥିବା ବୃଦ୍ଧ/ବୃଦ୍ଧା ଭତ୍ତାଧାରୀ ଜନସାଧାରଣ ଏହି ପ୍ରତିବାଦ ସଭାରେ ସାମିଲ ହୋଇଥିଲେ!

Leave A Reply

Your email address will not be published.

16 + 9 =