ଭୁବନ ବଜ୍ରଘାତରେ ଚାଷି ମୃତ : ସାଂସଦ ରୁଦ୍ର ନାରାୟଣ ପାଣି ପହଁଞ୍ଚି ମୃତ ପରିବାରକୁ ସମବେଦନା !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ଗ୍ରାମର ଚାଷି ହରି ବେହେରା (୬୫) ବିଲକୁ କାମ କରିବାକୁ ଯାଇଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି l ମୃତ ହରି ରେଙ୍ଗାଲି କେନାଲ ନିକଟରେ ଥିବା ବଢ଼େଇବେଣି ମୌଜାକୁ ନିଜ ବିଲ କାମ କରିବାକୁ ଯାଇଥିଲେ l ଅପରାହ୍ନ ୩ଟାରେ ହଠାତ ବର୍ଷା ହେବାରୁ ଘରକୁ ଫେରୁଥିବା ବେଳେ ବଜ୍ରାଘାତ ହେବାରୁ ରେଙ୍ଗାଲି କେନାଲ ନିକଟରେ ପଡିଯାଇଥିଲେ । ନିକଟରେ କାମ କରୁଥିବା ବଡକାଠିଆ ଗ୍ରାମର ଦୁଇଜଣ ଚାଷି ଦେଖି ତାଙ୍କ ଘରକୁ ଖବର ଦେଇଥିଲେ l ଘର ଲୋକ ପହଁଞ୍ଚି ତାଙ୍କୁ ଭୁବନ ଡାକ୍ତରଖାନାକୁ ନେଇ ଚିକିତ୍ସା କରୁଥିବା ସମୟରେ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ l ମୃତ ହରିଙ୍କ ଛାତି ପକେଟରେ ଥିବା ମୋବାଇଲଟି ଫାଟି ଯାଇଥିବା ବେଳେ ଛାତିରେ କିଛି ଅଂଶ ଧଳା ହୋଇଥିବା ଜଣାପଡିଛି l ଘଟଣା ସ୍ଥଳରେ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ର ନାରାୟଣ ପାଣି ପହଁଞ୍ଚି ମୃତ ପରିବାରକୁ ସମବେଦନା ଜଣାଇଥିଲେ ।ସଂଧ୍ୟା ହୋଇଥିବାରୁ ଶବ ବ୍ୟବଚ୍ଛେଦ ଆସନ୍ତା କାଲି କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.

17 − 4 =