“ଜଗବନ୍ଧୁ ଜରାଶ୍ରମ” ର ୧୭ ତମ ପ୍ରତିଷ୍ଠା ଦିବସ ପାଳିତ ଭିନ୍ନକ୍ଷମ ଚିହ୍ନଟ ଶିବିର ,ଉପକରଣ ଓ ଫଳ ଚାରା ବଣ୍ଟନ !

ଢ଼େଙ୍କାନାଳ- ଭୁବନର ଅନନ୍ୟ ତଥା ନିଆରା ସେବା ପ୍ରତିଷ୍ଠାନ ” ଜଗବନ୍ଧୁ ଜରlଶ୍ରମ” ର ୧୭ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଶ୍ରୀରାମ ମନ୍ଦିର ପରିସରରେ ଆଜି ଶୁକ୍ରବାର ଦିନ ପାଳିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ଆଶୁତୋଷ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆପାତ କାଳୀନ ଅଧିକାରୀ ତଥା ଡେପୁଟି କଲେକ୍ଟର ଅଶ୍ଵିନୀ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିନା କୌଣସି ସରକାରୀ, ବେସରକାରୀ ସହାୟତାରେ ଦୀର୍ଘ ୧୭ ବର୍ଷ ହେଲା ଅବହେଳିତ ,ନିଷ୍ପେସିତ,ଗରିବ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଜଗବନ୍ଧୁ ଜରାଶ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର ପ୍ରାକ୍ତନ ସଂଘ ଚାଳକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଧର ଯୋଗଦେଇ ଆଜିର ସମାଜରେ ସ୍ବେଛାସେବୀ ଅନୁଷ୍ଠାନ ମାନେ “ମାନବ ସେବା ହିଁ ମାଧବ ସେବା” କୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଅସହାୟ, ନିସହାୟ ଓ ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟ କଲେ ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ବୋଲି ମତବ୍ୟକ୍ତ କରିବା ସହ “ଜରାଶ୍ରମ”କୁ ଉଚ୍ଚ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଭୁବନ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଗଣେଶ୍ୱର ସାହୁ , ବରିଷ୍ଠ ନାଗରିକ ସଂଘ ସଭାପତି ଶ୍ରୀଧର ବେହେରା ଯୋଗଦେଇଥିଲେ ।ଏହି ଅବସରରେ ଶତାଧିକ ଭିନ୍ନକ୍ଷମ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ । ପରୀକ୍ଷା ପରେ ଉପକରଣ ବଣ୍ଟନ , ଶତାଧିକ ଫଳ ଚାରା ବଣ୍ଟନ ଏବଂ ଭୁବନ ଉଚ୍ଚ ବିଦ୍ୟାଳୟ,ଶାସନ ଉପ୍ରା ବିଦ୍ୟାଳୟ ର କୃତୀ ମେଧାବୀ ବିଦ୍ୟାର୍ଥୀ ଙ୍କୁ √ଶରତ ଚନ୍ଦ୍ର ଶିକ୍ଷା ସମ୍ମାନ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ଅମ୍ରିତ ଋତୁରାଜ ଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଅବନୀ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜଗବନ୍ଧୁ ବିହାରୀ ଧନ୍ୟବାଦ ଅର୍ପଣ କରିଥିଲେ । ପର୍ବତ ଆରୋହୀଣି ବିଭାରାଣୀ ପାତ୍ର ଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

Leave A Reply

Your email address will not be published.

three × 3 =