ଭୁବନ ରେ ହାତୀ ଆତଙ୍କ !

ଢ଼େଙ୍କାନାଳ: ଭୁବନ ଏନ୍ଏ. ସି. ମଧ୍ୟରେ ପ୍ରଥମ ଥର ପାଇଁ ଏକ ଜଂଗଲୀ ହାତୀ ପ୍ରବେଶ କରି ଆତଙ୍କ ସୃଷ୍ଟି କରିଛି । ଗତକାଲି ରାତି ପ୍ରାୟ ୩ ଘଟିକା ସମୟରେ ଏକ ଜଂଗଲୀ ହାତୀ   ଏନ୍ ଏ ସି ର ବିଭିନ୍ନ ୱାର୍ଡ ମଧ୍ୟରେ ପଶି କେତେକ ଲୋକଙ୍କ ପାଚେରୀ ଭାଙ୍ଗିଥିବା ବେଳେ ରାତି ୪ ଘଟିକା ସମୟରେ ୬ ନମ୍ବର ୱାର୍ଡ ଆରସହି ରେ ପଶିଥିଲା । ଲୋକମାନେ ହାତୀ କୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ। ପରେ ମେଳି ବାନ୍ଧି ଠେଙ୍ଗା ବାଡି ଧରି ହାତୀ କୁ ଘଉଡ଼ାଇଦେଇଥିଲେ । ହାତୀ ଟି ଗୋଡ଼ି ପୋଖରୀ ଛକ ଦେଇ ବାଜି ରାଉତ କଲେଜ ଆଡ଼କୁ ପଳାଇ ଯାଇ ହଷ୍ଟେଲ ସମ୍ମୁଖରେ ରହିଥିଲା । ଏ ସମ୍ପର୍କରେ ଖବର ପାଇ ବନାଞ୍ଚଳ ଅଧିକାରୀ ରାକେଶ କୁମାର ଦଳେଇ ସଦଳ ବଳେ ପହଞ୍ଚି ବନ ବିଭାଗ ଟିମ ପହଞ୍ଚି ହାତୀକୁ ନିକଟସ୍ଥ ଜଙ୍ଗଲ କୁ ଘଉଡାଇ ଦେଇଥିଲେ। ଏବେ ସୁଦ୍ଧା ହାତୀ ଟି ସେହି ଜଙ୍ଗଲରେ ଅଛି ଓ ବନ ବିଭାଗ କର୍ମଚାରୀ ମାନେ ହାତୀକୁ ଜଗି ରହିଛନ୍ତି ।

Leave A Reply

Your email address will not be published.

15 − twelve =