ନିର୍ବାଚନ ଖର୍ଚ୍ଚ ସମ୍ବଦ୍ଧିୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଖର୍ଚ୍ଚ ସମ୍ବଦ୍ଧିୟ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଛି l ଏଥିରେ ମୁଖ୍ୟତଃ ଜିଲ୍ଲାର ବିଭିନ୍ନ ବ୍ୟାଙ୍କର ଅଧିକାରୀମାନେ ଯୋଗଦେଇଥିଲେ l ଯେହେତୁ ନିର୍ବାଚନ ସମୟରେ ଅର୍ଥ କାରବାର ଦ୍ୱାରା ଜନମତକୁ ପ୍ରଭାବିତ କରାଯାଏ ତେଣୁ ଏହି କାରବାରର ମୂଳ ଉତ୍ସ ବ୍ୟାଙ୍କ ହେଇଥିବାରୁ ସେମାନେ ଅଧିକ ମାତ୍ରର ଅର୍ଥ କାରବାର ଉପରେ ନଜର ରଖିବାକୁ ଜିଲ୍ଲାପାଳ ବ୍ୟାଙ୍କର ଅଧିକାରୀମାନଙ୍କୁ କହିଥିଲେ l ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପତ ମଡକର, ବନଖଣ୍ଡ ଅଧିକାରୀ ସୁମିତ କର, ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ବ୍ୟାଙ୍କ ଅଧିକାରୀ ଗଣ ଯୋଗଦେଇଥିଲେ l

Leave A Reply

Your email address will not be published.

twenty − 10 =