ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉ କଳା ପରିଷଦ ଆନୁକୁଲ୍ୟରେ ” ମହା ଶିବ ରାତ୍ରି ” କପିଳାସ ପୀଠରେ ରାତ୍ରି ଭଜନ ସମାରୋହ ଅନୁଷ୍ଠିତ !

ଢ଼େଙ୍କାନାଳ : ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉ କଳା ପରିଷଦ ଆନୁକୁଲ୍ୟରେ” ମହା ଶିବ ରାତ୍ରି ” ରେ ଆଜିକୁ ୨୭ ବର୍ଷ ଧରି କପିଳାସ ପୀଠରେ ସାରା ରାତ୍ରି ଭଜନ ସମାରୋହ କାର୍ଯ୍ୟକ୍ରମ ବହୁ ବାଧା ବିଘ୍ନ ଭିତରେ ଚାଲି ଆସିଛି । ଚଳିତ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଓଡ଼ିଶାର ବହୁ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ଵାରା ପରିବେଷଣ କରାଯାଇ ଜାଗର ଜାଳୁଥିବା ଲକ୍ଷାଧିକ ଭକ୍ତ ଙ୍କ ର ମନୋରଞ୍ଜନ କରି ପାରିଥିଲା । ଏହି କାର୍ଯ୍ୟକ୍ରମ କୁ ପରିଷଦ ର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ଦେହୁରୀ ,ସରପଞ୍ଚ ଦେଓଗାଁ ଗ୍ରାମ ପଞ୍ଚାୟତ ,ସମ୍ପାଦକ ଟଙ୍କଧର ବାରିକ ଙ୍କ ଦ୍ଵାରା ପରିଚାଳନା କରାଯାଇ ଥିଲା ।ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଦ୍ଵିପ ପ୍ରଜ୍ବଳନ କରି ଭଜନ ସମାରୋହ କୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଟି ପ୍ରଥମେ ୧୯୯୬ ମସିହା ରେ ଆରମ୍ଭ କରାଯାଇ ବିଗତ ୨୭ ବର୍ଷ ଧରି ଚାଲି ଆସୁଅଛି । ଏହି କାର୍ଯ୍ୟକ୍ରମ ର ପ୍ରଥମ ସୂତ୍ରଧର ବସନ୍ତ କୁମାର ଶତପଥୀ ଙ୍କ ଦ୍ଵାରା କିଛି ନୂଆ କଳାକାର ଙ୍କୁ ନେଇ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଲି ଆସୁଅଛି । ଓଡ଼ିଶାର ସ୍ୱାନମ ଧନ୍ୟ ଗାୟିକା ଶାନ୍ତିଲତା ବାରିକ ମହୋଦୟ ବିନା ପାରିଶ୍ରମିକ ରେ ପ୍ରତିବର୍ଷ ଆସନ୍ତି କିନ୍ତୁ ଚଳିତ ବର୍ଷ ତାଙ୍କର ଅସୁସ୍ଥତା ପାଇଁ ଆସି ପାରି ନାହାଁନ୍ତି । ଗତ କିଛି ବର୍ଷ ଧରି ବିଶିଷ୍ଟ କଳାକାର ବାଦଲ ଆଚାର୍ଯ୍ୟ ଓ ତାଙ୍କର ସାଥୀ ମାନେ ଏ କାର୍ଯ୍ୟକ୍ରମ ରେ ଭାଗ ନେଉ ଥିବାରୁ ପୂର୍ବତନ ବିଧାୟକ ନବୀନ ନନ୍ଦ କୃତଜ୍ଞତା ଜଣାଉଛି । ଏହି କାର୍ଯ୍ୟକ୍ରମ କୁ ନେଇ ପୂର୍ବତନ ବିଧାୟକ ନବୀନ ନନ୍ଦ ଶ୍ରୀ ଆଚାର୍ଯ୍ୟ ଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ ବୋଲି କହିଛନ୍ତି । ଯଦିଓ ଶ୍ରୀ ନନ୍ଦ ଏହି ଅନୁଷ୍ଠାନ ର ପ୍ରତିଷ୍ଠାତା ସଭାପତି ଅଛନ୍ତି କିଛି ସରକାରୀ ଦଳ ର ତଥା କଥିତ ନେତୃତ୍ଵ ଙ୍କ ରାଜନୈତିକ ଆକ୍ରୋଶ କାରଣ ରୁ ଶ୍ରୀ ନନ୍ଦ ଏହି କାର୍ଯ୍ୟକ୍ରମ ରୁ ବିଗତ ୨ ବର୍ଷ ଧରି ଦୂରରେ ଥିଲେ ବି କାର୍ଯ୍ୟକ୍ରମ କିପରି ସୁଚାରୁ ରୂପେ ଚାଲିବ ତାହାର ତଦାରଖ କରି ଆସୁଅଛନ୍ତି । ଏ ପରିକି ସେହି ତଥା କଥିତ ବ୍ୟକ୍ତି ଙ୍କ ଚକ୍ରାନ୍ତ ଫଳରେ ଅନୁଷ୍ଠାନ ର କପିଳାସ ରେ ଥିବା କାର୍ଯ୍ୟାଳୟ ଯାହା କେବଳ ଶିବରାତ୍ରି ଦିନ କଳାକାର ମାନଙ୍କ ବ୍ୟବହାର ରେ ଲାଗୁଥିଲା ସେହି ଘରକୁ ପ୍ରଶାସନ ଓ ଦେବୋତ୍ତର ର ଜନୈକ କୁଚକ୍ରି ଅଧିକାରୀ ଗତ ବର୍ଷ ଠାରୁ ଜୋର୍ ଜବରଦସ୍ତ ତାଲା ପକାଇ ରଖୁଥିବା ଫଳରେ କଳାକାର ମାନେ ବହୁ ଅସୁବିଧା ର ସମ୍ମୁଖୀନ ହୋଇ ଆସୁଛି । ରକ୍ଷଣା ବେକ୍ଷଣ ର ଅଭାବ ରେ ଚନ୍ଦ୍ରଶେଖର ଜୀଉ କଳା ପରିଷଦ ର ଏହି କାର୍ଯ୍ୟାଳୟ ଗୃହ ଟି ଏବେ “ଭୂତ କୋଠୀ” ରେ ପରିଣତ ହୋଇଛି ବୋଲି କ୍ଷୋଭର ସହ କୁହନ୍ତି। ଦୀର୍ଘ ୨୭ ବର୍ଷ ଧରି ଏହି ଅନୁଷ୍ଠାନ ବିନା କୌଣସି ସରକାରୀ ସହାୟତା ରେ “ଭଜନ ସମାରୋହ” ଆୟୋଜନ କରି ଶିବରାତ୍ରି ଦିନ ସାରା ରାତ୍ରି ଦୂର ଦୁରନ୍ତ ରୁ ଆସିଥିବା ଭକ୍ତ ମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମ ରେ ଏକ ଆଧ୍ୟାତ୍ମିକ ପରିବେଶ କୁ ଚଳ ଚଞ୍ଚଳ କରି ଆସୁଛି । ଏହି କାର୍ଯ୍ୟକ୍ରମ ପାଇଁ କୌଣସି ସରକାରୀ ଅନୁଦାନ ମିଳୁ ନଥିବା ବେଳେ ଯେଉଁ ମାନଙ୍କ ଉଦ୍ୟମ ରେ ଏହି ମହାନ୍ କାର୍ଯ୍ୟକ୍ରମ ଚାଲି ଆସୁଥିବାରୁ ସେମାନଙ୍କୁ ଶ୍ରୀ ନନ୍ଦ ଅନ୍ତର ରୁ ଧନ୍ୟବାଦ୍ ଜଣାଇଛନ୍ତି ।

Leave A Reply

Your email address will not be published.

5 + 12 =