ସଂସ୍କାର ଏକାଡେମୀରେ ନୂଆ-ଓ ଛାତ୍ରବୃତି ଅନୁଦାନ ପତ୍ର ବଣ୍ଟନ !

ଢେଙ୍କାନାଳ : ସଦର ମହକୁମା ଠାରେ ଅବସ୍ଥିତ ସଂସ୍କାର ଏକାଡେମୀରେ ଯୁବ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ନୂଆ￾ଓ ଛାତ୍ରବୃତି ଅନୁଦାନ ପତ୍ର ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜ୍‌ର ଅଧ୍ୟକ୍ଷ ଡକ୍ଟର
ରମେଶ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ଚେୟାରମ୍ୟାନ ତତା ବିଶିଷ୍ଟ ଶିଳ୍ପପତି ଓ ସମାଜସେବୀ ସନ୍ତୋଷ କୁମାରଅଗ୍ରୱାଲ ଅତିଥି ଭାବରେ ଯୋଗଦେଇ ସରକାରଙ୍କ ଏହି ଛାତ୍ର ବୃତି ପିଲାମାନଙ୍କର ଉଚ୍ଚଶିକ୍ଷାରେ ସହାୟକ ହେବେ ବୋଲି ମତଦେଇଥିଲେ । ଅଧ୍ୟକ୍ଷ ଡ. ରମେଶ ପ୍ରସାଦ ମିଶ୍ର ଛାତ୍ରବୃତି ଯୋଜନାର ଉପାଦେୟତା ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ବିଷୟରେ ଆଲୋକପାତକରିଥିଲେ । ଅତିଥିଙ୍କ ଦ୍ୱାରା ଅନୁଦାନ ପ୍ରମାଣ ପତ୍ର ବଂଟନ କରାଯାଇଥିଲା । ଅଧ୍ୟାପିକା ଧରିତ୍ରୀ ରାଉତ, ପ୍ରିୟଦର୍ଶିନୀ ବେହେରା,କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ପ୍ରଜ୍ଞାସିନୀ ମାଝି, ରଖଲ କିଶୋର ସାମଲ, ଦୋଳେଶ୍ୱର ଗଡନାୟକ,ସୌମ୍ୟ ରଞ୍ଜନ ସାହୁ ଇତ୍ୟାଦି ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଶେଷରେ ଅଧ୍ୟାପିକା ଜ୍ୟୋତିର୍ମୟୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

19 − fifteen =