ଢେଙ୍କାନାଳ : ଢେଙ୍କାନାଳ ସହରର ଦୋଳମଣ୍ଡପ ସାହିସ୍ଥିତ ଶମ୍ଭୁଗୋପାଳ ମଠ ପରିସରରେବିଜେପିର ନାରୀଶକ୍ତି ବନ୍ଦନ ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ହୋଇଯାଇଅଛି । ବିଜେପି ରାଷ୍ଟ୍ରୀୟ ଉପସଭାନେତ୍ରୀ ତଥା ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ମୁଖ୍ୟଅତିଥି ଭାବେ ଯୋଗଦେଇ ନାରୀ ଜାତିକୁ ସଶକ୍ତ କରିବା, ସେମାନଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନାରୀଶକ୍ତି ବନ୍ଦନ ଯୋଜନା ପ୍ରଣୟନ କରିଛନ୍ତି । ଯେହେତୁ ପ୍ରଧାନମନ୍ତ୍ରୀ ମହିଳାମାନଙ୍କୁ ବହୁତ ଭଲପାଆନ୍ତି ଓ ସମ୍ମାନ କରନ୍ତି
ସେମାନଙ୍କ ପାଇଁ ଉଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ବଂଟନ, ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ବଂଟନ, ବେଟି
ପଢାଓ ବେଟି ବଚାଓ, ସୁକନ୍ୟା, ତିନ୍ ତଲାକ ସମେତ ବହୁତ ଗୁଡିଏ ନାରୀ ହୀତକାରୀ ଯୋଜନା ପ୍ରଣୟନ କରିଛନ୍ତି ବୋଲି
ଆଲୋକପାତ କରିଥିଲେ । ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ଉପସଭାନେତ୍ରୀ ସୁକେଶି ଓରାମ, ପୂର୍ବତନ
ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ସମର୍ପିତ,
ସେମାନଙ୍କର ଆର୍ଥିକ ଓ ସାମାଜିକ ସୁରକ୍ଷା ପାଇଁ ମୋଦି ଗ୍ୟାରେଂଟି ଉପରେ ଆଲୋଚନା କରିବା ସହ ଆଗାମୀ ସାଧାରଣ
ନିର୍ବାଚନରେ ବିଜେପିକୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ରାଜ୍ୟ ଓ କେନ୍ଦ୍ରରେ ବିଜେପିର ଡବଲ୍ ଇଞ୍ଜିନ୍ ସରକାର ଗଢିବା
ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନଗରପାଳିକା ଜୟନ୍ତୀ ପାତ୍ର, ମହିଳା ଉପସଭାନେତ୍ରୀ ଭାରତୀ ସ୍ୱାଇଁ,
ମିଡିଆ ପ୍ରଭାରୀ ନବ କିଶୋର ଗୁରୁ, ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ମହାଦୀପଯଶୋବନ୍ତ ମହିମା, ପଦ୍ମଭୂଷଣ ସାହୁ, ବିକାଶ ସାହୁ, ସମସ୍ତ ମହିଳା କାଉନ୍ସିଲର, ନଗରମଣ୍ଡଳ ସଭାପତି ଧୃବଚରଣସ୍ୱାଇଁଙ୍କ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ମିଡିଆ ପ୍ରଭାରୀ ଶ୍ରୀ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।