ଶକ୍ତି ବାହିନୀ ପକ୍ଷରୁ ମହିଳା ସଶକ୍ତିକରଣ ସପ୍ତାହ ୨୦୨୪ ଉଦ୍ଘାଟିତ !

ଢେଙ୍କାନାଳ :ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନର ମହିଳା ଶାଖା“ ଶକ୍ତି ବାହିନୀ ”ର ଦ୍ଵିତୀୟ ବାର୍ଷିକ ଉତ୍ସବ ତଥା ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ମହିଳା ସଶକ୍ତିକରଣ ସପ୍ତାହ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଥମ ଦିବସ ଢେଙ୍କାନାଳ ସରକାରୀ ପଲିଟେକନିକ ପରିସରରେ ୨୦୦ ଛାତ୍ରୀ ମାନଙ୍କୁ ଶିଶୁ କନ୍ୟା ସୁରକ୍ଷା, ମୂଲ୍ୟବୋଧକ ଶିକ୍ଷା ଓ ଆତ୍ମରକ୍ଷା କୌଶଳ ଉପରେ ସଦସ୍ୟା ମାନଙ୍କ ଦ୍ୱାରା ସଚେତନତା କରାଇବା ସହ ଗୁରୁଦେବଜୀ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆମେଚର ତାଇକୋଣ୍ଡୋ ଓ ପେନକାକ ସିଲାଟ ଆସୋସିଏସନର ସମ୍ପାଦକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଆତ୍ମରକ୍ଷା କୌଶଳ ମିଶନ ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଶକ୍ତି ବାହିନୀର ସମ୍ପାଦିକା ସୁଶ୍ରୀ ଶିବାନୀ ସାମଲ ସ୍ୱାଗତଭାଷଣ ଦେବା ସହ ଏହି ଅନୁଷ୍ଠାନର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ଏହି ସପ୍ତାହ ପାଳନରେ ମହିଳା ସୁରକ୍ଷା, ସଶକ୍ତିକରଣ, ବିଭିନ୍ନ ପ୍ରତିଯୋଗିତା ଓ ସଚେତନତା ଶିବିର ମାର୍ଚ୍ଚ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବା ସଙ୍ଗେ ସଙ୍ଗେ ଆନ୍ତର୍ଜାତିକ ମହିଳା ଦିବସ ମାର୍ଚ୍ଚ ୮ ତାରିଖ ଦିନ ଏହାର ଉଦଯାପନୀ ଉତ୍ସବ ଅୟୋଜନ ହେବ। ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ଦିଗରେ ସଫଳତା ତଥା ଜିଲ୍ଲା ପାଇଁ ଗୌରବ ଆଣିଥିବା ମହିଳାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା କାର୍ଯ୍ୟକ୍ରମ ରହିଛି ବୋଲି ସମ୍ପାଦିକା ସୂଚନା ପ୍ରଦାନ କରିଛନ୍ତି । ପରେ ସଦସ୍ୟା ସ୍ୱପ୍ନା ଜେମ୍ସ ଶିଶୁ ଜୀବନରେ ଶିକ୍ଷା ଓ ସଂସ୍କାରର ଗୁରୁତ୍ଵ ଉପରେ ମତବ୍ୟକ୍ତ କରିବା ସହ ଏହି ଭଳି କାର୍ଯ୍ୟକ୍ରମ ପ୍ରତି ମାସରେ ଆୟୋଜନ କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ। ଏହା ପରେ କଲେଜର ଅଧ୍ୟକ୍ଷ ଅଶୋକ କୁମାର ରାଉତ ଏହି କାର୍ଯ୍ୟକ୍ରମକୁ ଆମ୍ଭ କଲେଜରେ ଅୟୋଜନ କରିଥିବାରୁ ଶକ୍ତି ବାହିନୀ ଅନୁଷ୍ଠାନକୁ ଧନ୍ୟବାଦ ଦେବା ସହ ଆତ୍ମରକ୍ଷା କୌଶଳର ମୁଖ୍ୟ ପ୍ରଶିକ୍ଷକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କୁ ଉତ୍କୃଷ୍ଟ କୌଶଳ ଶିକ୍ଷା ପ୍ରଦାନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିବା ସହ ଆତ୍ମରକ୍ଷା କୌଶଳ ଜୀବନରେ ବହୁତ ଜରୁରୀ ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପିକା ମାନେ ଉପସ୍ଥିତ ରହିଥିଲେ, ଅନୁଷ୍ଠାନର ସଦସ୍ୟା ଆୟୁଶି ମିଶ୍ର, ସଞ୍ଚିତା ସାହୁ, ମମତା ମହନ୍ତ, ଗୁରୁଦେବଜୀ ଫାଉଣ୍ଡେସନର ସଦସ୍ୟ ଇନ୍ଦ୍ରଜିତ ସାହୁ, ପ୍ରତାପ ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

13 − eleven =