ଢେଙ୍କାନାଳ ଜିଲ୍ଲାରେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଆନୁକୂଲ୍ୟରେବାଲ୍ୟବିବାହ ଏବଂ ଶିଶୁ ଚାଲାଣ ପ୍ରତିରୋଧ ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ !


ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ବାଲ୍ୟ ବିବାହ ତଥା ମହିଳା ଏବଂ ଶିଶୁ ଚାଲାଣ ପ୍ରତିରୋଧ ସମ୍ବନ୍ଧରେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏହି
ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ ଯୋଗଦେଇ ବାଲ୍ୟ ବିବାହ ଏବଂ
ଶିଶୁ ଚାଲାଣକୁ ଏକ ସମ୍ବେଦନଶୀଳ ବିଷୟ ବୋଲି କହିଥିଲେ । ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା କଲ୍ୟାଣୀ ନାୟକ
ସ୍ୱାଗତ ଭାଷଣ ଦେଇ ତାଙ୍କ ଅଭିଭାଷଣ ରଖିଥିଲେ ଏବଂ ସଭାକୁ ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥି ଭାବେ ଡିଏସ୍‌ପି
ନିଲତା ମୋଦି, ଅନ୍ୟତମ ଅତିଥିଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିତା ଶର୍ମା, ବୋର୍ଡ ମେମ୍ବର ରିଜୱାନା
ବେଗମ୍‌, ଏସ୍‌ଆଇ ବିଷ୍ଣୁପ୍ରିୟା ରଣା ପ୍ରମୁଖ ବିଷୟବସ୍ତୁ ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଅଧ୍ୟାପିକା ଡ. ପୁଷ୍ପଲତା ରଥ
ଏବଂ ସମାଜସେବୀ ସୁଶାନ୍ତ କୁମାର ପାଣି ବାଲ୍ୟ ବିବାହ ମହିଳା ଏବଂ ଶିଶୁ ଚାଲାଣ କାରଣ, ନିରାକରଣ ତଥା ଆଇନ୍‌ଗତ
ପଦକ୍ଷେପ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ଏହି ଆଲୋଚନା ଚକ୍ରରେ ବୋର୍ଡ ସଭ୍ୟା ସାଗରିକା ମିଶ୍ର ଅତିଥି
ପରିଚୟ ପ୍ରଦାନ କରିଥିଲେ । ହୀନ ବେହେରା, ସୁଶ୍ରୀ ଦେବସ୍ମିତା ଦାସ, ଚନ୍ଦ୍ରଲେଖା ବହିଦାର, ବାସନ୍ତି ସିଂ ପ୍ରମୁଖ ଉପସ୍ଥିତ ଥିଲେ । ବୋର୍ଡ ସଭ୍ୟା ଶାରଳା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ବିଭିନ୍ନ ବିଭାଗୀୟ ଅଧିକାରୀ, କଲେଜ୍‌ ଛାତ୍ରୀ , ମିଶନ୍‌ଶକ୍ତି ମହିଳା, ଅଙ୍ଗନୱାର୍ଡି କର୍ମୀ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ । ଶ୍ରୋୟା ଅନୁଷ୍ଠାନର ସଂପାଦକ ଜ୍ୟୋତି ରଞ୍ଜନ ମହାରଣା କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

Leave A Reply

Your email address will not be published.

five × 4 =