ସାଇ ସତ୍ ଚରିତ ପାରାୟଣ ଅନୁଷ୍ଠାନର ବନ୍ଧୁମିଳନ !

ଢେଙ୍କାନାଳ : ସାଇ ସତ୍ ଚରିତ ପରାୟଣ ଅନୁଷ୍ଠାନ ଢେଙ୍କାନାଳ ଆନୁକୁଲ୍ୟରେ ସାଇସତ୍ୟ ସାଗର ୱାଟର ପାର୍କ, ଯତନ ନଗର୍ ଠାରେ ୨୦୨୪ ର ବନ୍ଧୁ ମିଳନ ବଣ ଭୋଜି ଆୟୋଜିତହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଶତାଧିକ ସାଇ ଆଶ୍ରିତ ସାଇ ପ୍ରେମି ଭାଇ ଓ ଭଉଣୀମାନେଯୋଗ ଦେଇଥିଲେ ଏବଂ ତତ୍ ସହିତ କଟକ ରୁ ସାଇ ଦିବ୍ୟ ଲୀଳାର ପ୍ରବଚକ ସୁଭାନ୍ୱେଶ ରଥମହୋଦୟ, ବିଶିଷ୍ଟ କଣ୍ଠଶିଳ୍ପୀ ମୀନାକ୍ଷୀ ରଥ ମହୋଦୟା ଓସାଇ ପ୍ରାବଚିକା ସୁନୀତା ମହାପାତ୍ରମହୋଦୟା ସହ ଅନେକ ବନ୍ଧୁ ଯୋଗଦାନ କରିଥିଲେ । ସୁନ୍ଦର ଅନୁକୂଳ ବାତାବରଣ ର ସୁନ୍ଦରଛାୟାରେ ଅତିଥି ମାନଙ୍କ ସୁନ୍ଦର ସାଇ ଲୀଳା ସହ ସାଇ ଭଜନ ପରିବେଶକୁ ଆହ୍ଲାଦିତ କରୁଥିଲା ।ଏହି କାର୍ଯ୍ୟକ୍ରମକୁ ସାଇ ପରାୟଣ ର ସମସ୍ତ ସଦସ୍ୟ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

12 + 4 =