ରାଜ୍ୟ କାଜୁ ଶିଳ୍ପ ଉଦ୍ୟୋଗୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ : ପ୍ରଭାକର ପତ୍ରି ସଭାପତି, ମୋନାଶିଷ ପଣ୍ଡା ସମ୍ପାଦକ !

ଢ଼େଙ୍କାନାଳ: ତା.୨୨/୨୩-୨-୨୦୨୪ ଦୁଇ ଦିନ ଧରି ସର୍ବ ଓଡ଼ିଶା କାଜୁ ଉତ୍ପାଦନ ଶିଳ୍ପ ଉଦ୍ୟୋଗୀ ସଂଘର ଢେଙ୍କାନାଳ ସଦର ବ୍ଲକ ସ୍ଥିତ ସତ୍ୟ ନାରାୟଣ ଇକୋ ରିସଟ ଠାରେ ବାର୍ଷିକ ସାଧାରଣ ବୈଠକ ପ୍ରାୟ ୩୫୦ ଉଦ୍ୟୋଗୀ ଓଡ଼ିଶାର ବିଭିନ୍ନ ଜୋନର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକ ରେ ନୂତନ କର୍ମକର୍ତ୍ତା ଚୟନ ପାଇଁ ସର୍ବ ସମ୍ମତି କ୍ରମେ ସ୍ଥିର ହୋଇ ଥିଲା ପରେ ନିର୍ବାଚନ କମିଟି କରାଯାଇ ଏକ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ଢେଙ୍କାନାଳ ଆଠଗଡ ଜୋନର ସଭାପତି ପ୍ରଭାକର ପତ୍ରିଙ୍କୁ ସମସ୍ତ ଜୋନର ସଭାପତି ସମ୍ପାଦକଙ୍କ ପ୍ରସ୍ତାବ ତଥା ମନୋନୀତ ପରେ ନିର୍ବାଚନ କମିଟି ତାଙ୍କୁ ବିଜେତା ଘୋଷଣା କରି ଉକ୍ତ ସଭାରେ ସମ୍ବର୍ଦ୍ଧିତ କରିଥିଲେ ସେହିପରି ଉପସଭାପତି ଭାବରେ ଟି. ପ୍ରଦୀପ କୁମାର ଓ ଏସ. ନବୀନ କୁମାର, ସମ୍ପାଦକ ଭାବେ ମୋନାଶିଷ ପଣ୍ଡା, କୋଷାଧ୍ୟକ ଭାବରେ ରାମୋହନ ପଣ୍ଡା, ସହସମ୍ପାଦକ ଭାବେ ସୁଧାଂଶୁ ଶେଖର ସାବତଙ୍କୁ ନିର୍ବାଚିତ କରାଯାଇ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ନିର୍ବାଚନ କମିଟିରେ ଜଗମୋହନ ପଣ୍ଡା, ଅଜୟ କୁମାର ଓଝା, ପେଣ୍ଟା ରମେଶ, ରଞ୍ଜୟ ପଟ୍ଟନାୟକ, ମୁନା ବାବୁ, ନିରଞ୍ଜନ ପାତ୍ର ରହି ସୁଚାରରୂପେ ନିର୍ବାଚନ ସମାପନ କରି ଫଳାଫଳ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ ସୁନୀଲ ସାହୁ, ପ୍ରତାପ କୁମାର ସାହୁ, ମନୋଜ ଅଗ୍ରୱାଲ ଓ ମାନସ କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ । ବିଜୟପରେ ସଭାପତି ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି କାଜୁ ଶିଳ୍ପ ପ୍ରତି ଧ୍ୟାନ ଦେଲେ ଓଡ଼ିଶା ସାରା ଭାରତରେ ଏକ ନମ୍ବର ହେବା ସହ ବହୁ ନିଯୁକ୍ତି ପ୍ରଦାନ କରିବାରେ ସକ୍ଷମ ହୋଇପାରିବ, ଏହା ସହ କାଜୁ ଚାରା ଅଧିକାରୁ ଅଧିକା ରୋପଣ କଲେ କାଜୁ ମଞ୍ଜି କମ ଦରରେ ମିଳିବ, ଏଥିରେ ଚାଷୀ ଓ ଉଦ୍ୟୋଗୀ ମାନଙ୍କ ବ୍ୟବସାୟ ସହ ଗ୍ରାହକ ମାନେ ସୁଲଭ ଦରରେ କାଜୁ ପାଇପାରିବେ ବୋଲି ସଂଘ ପକ୍ଷରୁ ମତପ୍ରକାଶ କରିଥିଲେ ।ଶେଷରେ ସଂଘର ସଦସ୍ୟ ସିଦ୍ଧାର୍ଥ ହିଣ୍ଡୋଚା ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

4 + 20 =