ଭୁବନ ତୈଲିକ ବୈଶ୍ୟ ସମାଜର ୫୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢ଼େଙ୍କାନାଳ: ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ମୌଜାର ତୈଲିକ ସମାଜ ର ସଭାପତି ବିଦ୍ୟାଧର ସାହୁ ଙ୍କ ଅଧ୍ୟକ୍ଷତା ରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଖଣି ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସମ୍ମାନିତ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ ସାହୁ, ଆତ୍ମ କମିଟି ସଭାପତି ସୁଧାକର ସାହୁ, ପୂର୍ବତନ ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳ, ଜିଲ୍ଲା ପରିଷଦ ସଦସ୍ୟ ତଥା ତୈଲିକ ସମାଜ ଯୁବ ସଭାପତି ରମେଶ ଚନ୍ଦ୍ର ସାହୁ, ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ପୂର୍ଣ୍ଣ ଚନ୍ଦ୍ର ସାହୁ ସଂଯୋଜନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଚିତ୍ର ଶିଳ୍ପୀ ନାରାୟଣ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶ୍ରୀ ଶ୍ରୀ କୃଷ୍ଣମୋହନ ଜିୟୁ ଙ୍କୁ ସୁସଜ୍ଜିତ ବିମାନରେ ବସାଇ ଶୋଭାଯାତ୍ରା ରେ ବଡ଼ଦାଣ୍ଡ ସାହି, ଗୁଜୁରୀହାଟ, ନୁଆବଜାର, କାଳି ବଜାର ନୂଆ ଭୁବନ, ସାଆଣନ୍ଦେବି, ହୋଇ ଲକ୍ଷ୍ମୀ ନାରାୟଣ ମନ୍ଦିର ରେ ବନ୍ଦାପନା କରାଯାଇଥିଲା। ଉଦଯାପନ କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ତୈଲିକ ବୈଷ୍ୟ ସମାଜ ର ରାଜ୍ୟ କାର୍ଯ୍ୟକାରୀ ସଭପତି ବୀପ୍ରବର ସାହୁ ଯୋଗ ଦେଇଥିଲେ । ସଂପାଦକ ନୃସିଂହ ଚରଣ ସାହୁ , ବନ ବିହାରି ପୃଷ୍ଟି, ଶତ୍ରୁଘ୍ନ ସାହୁ, ମକୁନ୍ଦ ସାହୁ, ହୃଷୀକେଶ ସାହୁ, ହରିହର ସାହୁ, ବେଣୁଧର ସାହୁ ଇନ୍ଦ୍ରମଣି ପୃଷ୍ଟି ହାଡିବନ୍ଧୁ ପୃଷ୍ଟି, ଚକ୍ରଧର ସାହୁ, ରମେଶ ସାହୁ, ଭଜମନ ସାହୁ, ଭଗବାନ ସାହୁ, କାଳନ୍ଦୀ ସାହୁ, ପୁରୁଷୋତ୍ତମ ସାହୁ, କ୍ଷୀରୋଦ ଚନ୍ଦ୍ର ସାହୁ, ଜଗନ୍ନାଥ ସାହୁ, ଯୋଗ ଦେଇଥିଲେ । ବର୍ଷୀୟାନ ସମାଜ ପ୍ରତିନିଧି ଧରଣି ଧର ସାହୁ ଙ୍କୁ ସମାଜ ପକ୍ଷ ରୁ ସମ୍ବର୍ଦ୍ଧନା କରାଯାଇଥିଲା ।

Leave A Reply

Your email address will not be published.

eighteen − 4 =