ଅସହାୟ ବୃଦ୍ଧା ଙ୍କ ସହାୟତା ହାତ ବଢ଼ାଇଲା “ଛୋଟ ଏକ ପ୍ରୟାସ” !

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ୫ ନଂ ଓ୍ୱାର୍ଡ୍ ଧୁନ୍ଦିନାଳି ଗ୍ରାମରେ ବସବାସ କରୁଥିବା କାନ୍ଦିରି ଦେଈ ଓ ବସୁମତୀ ପ୍ରଧାନ ନାମକ ଦୁଇ ଅସହାୟ ବୃଦ୍ଧାଙ୍କୁ ସ୍ବେଛାସେବୀ ଅନୁଷ୍ଠାନ ଛୋଟ ଏକ ପ୍ରୟାସ ପକ୍ଷରୁ କିଛି ରାସନ ସାମଗ୍ରୀ, ଲୁଗା ଓ ଶୀତବସ୍ତ୍ର ଆଦି ପ୍ରଦାନ କରାଯାଇଛି। କେବଳ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ୫ କେଜି ଚାଉଳ ଓ ୫୦୦ ଟଙ୍କା ଭତ୍ତା ହିଁ ଏମାନଙ୍କର ଭରସା । ୫ କେଜି ଚାଉଳ ଓ ୫୦୦ ଟଙ୍କା ଭତ୍ତା ରେ ଚଳିବା କେତେ ଯେ କଷ୍ଟକର କେବଳ ସେଇମାନେ କହିପାରିବେ ଯେଉଁମାନେ ଏହାର ସାମ୍ନା କରିଛନ୍ତି। ଏଇ ଦୁଇ ଅସହାୟ ବୃଦ୍ଧା

ଏମିତି ଅବସ୍ଥାରେ ରହୁଥିଲେ ମଧ୍ୟ କୌଣସି ନେତା ବା ଅଫିସର ଙ୍କ ନଜର ପଡୁନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।‌ ଯେଉଁଠି ନେତା ଓ ପ୍ରଶାସନ ପହଂଚି ପାରିଲେ ନାହିଁ ସେଇଠି ସାମାଜିକ ଅନୁଷ୍ଠାନ ଛୋଟ ଏକ ପ୍ରୟାସ ପହଂଚି ଦୁଇ ଅସହାୟ ବୃଦ୍ଧା ଙ୍କୁ ସହଯୋଗର ହାତ ବଢାଇଲା। ଯାହା ଫଳରେ ଦୁଇ ଅସହାୟ ବୃଦ୍ଧା ଖୁସି ପ୍ରକଟ କରିଛନ୍ତି। ଛୋଟ ଏକ ପ୍ରୟାସ ର ଏପରି ଉନ୍ନତମାନର ଚିନ୍ତାଧାରାକୁ ନେଇ ସାଧାରଣରେ ଖୁବ୍ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.

two × five =