ଜାତୀୟ ସ୍ତରୀୟ ତମାଖୁ ମୁକ୍ତ ଭାରତ କର୍ମଶାଳା ଅନୁଷ୍ଠିତ : ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ – ସାଂସଦ ମହେଶ ସାହୁ

ଢେଙ୍କାନାଳ: ନୂଆଦିଲ୍ଲୀସ୍ଥିତ ସମ୍ବିଧାନ ଭବନ ଠାରେ ପିପୁଲସ କଲଚୂରାଲ ସେଂଟର ପକ୍ଷରୁ ଉପବାଚସ୍ପତିଙ୍କ ହଲରେ ଜାତୀୟ ସ୍ତରୀୟ ତମାଖୁ ମୁକ୍ତ ଭାରତକର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦଘାଟନ କରି ତମାଖୁସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ମତବ୍ୟକ୍ତ କରିଥିଲେ । ସେ କହିଥିଲେ, ଆମ ଦେଶ ଭାରତ ନିଶା ମୁକ୍ତ ହୋଇ ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରୁ । ଏହିକାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ନିରଞ୍ଜନ ବିଶି, ମୁନା ଖାଁ, ସୁଜିତ କୁମାର ପ୍ରମୁଖ ଯୋଗ ଦେଇଥିବା ବେଳେ ଢେଙ୍କାନାଳସାଂସଦଙ୍କ ବ୍ୟକ୍ତିଗତ ସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ । କାଯ୍ୟକ୍ରମକୁ ଓଡିଶା ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ସ୍ୱେଛାସେବୀ ଅନୁଷ୍ଠାନ ନିଉ ଇଣ୍ଡିଆରସମ୍ପାଦକ ଶେଷଦେବ ରାଉତ ସଂଯୋଜନା କରିଥିବା ବେଳେ ରଞ୍ଜନ କୁମାର ସଭାପତିତ୍ୱ କରିଥିଲେ ।

Leave A Reply

Your email address will not be published.

three + 7 =