ଢେଙ୍କାନାଳ ବିଜେପିର “ଗାଁ କୁ ଚାଲ କର୍ମଶାଳା” ଜିଲ୍ଲାର ପ୍ରତ୍ୟେକ ପରିବାର ସହ ଯୋଡି ହେବ ବିଜେପି !

ଢେଙ୍କାନାଳ : ଆଗାମୀ ସାଧାରଣ ନିର୍ବାଚନ ଦୃଷ୍ଟିକୋଣରୁ ଓ ରାଜ୍ୟ ବିଜେପିର ନିର୍ଦ୍ଦେଶ କ୍ରମେ ବୁଧବାର ବିଜେପିର “ଗାଁ କୁଚାଲ କର୍ମଶାଳା” ସ୍ଥାନୀୟ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ରାଜ୍ୟ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳା ଉଦ୍‌ଘାଟନ କରିବା ସହଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବାବଦରେ ବିଷଦ ଭାବେ ଆଲୋଚନା କରି ଆସନ୍ତା ଫେବୃଆରୀ ୯ ତାରିଖରୁ ୧୧ ତାରିଖ ମଧ୍ୟରେ ବିଜେପିକାର୍ଯ୍ୟକର୍ତାମାନେ ଗ୍ରାମାଂଚଳର ପ୍ରତ୍ୟେକ ପରିବାରକୁ ଭେଟି ମୋଦି ସରକାରଙ୍କ ପ୍ରତ୍ୟେକ ଜନ କଲ୍ୟାଣ ଯୋଜନା ବାବଦରେ ଅବଗତକରିବେ । ଏହି ଯୋଜନା ଗୁଡିକ ପାଇଁ ମୋଦି ସରକାର ଲକ୍ଷ ଲକ୍ଷ କୋଟି ଟଙ୍କା ଅନୁଦାନ ଭାବେ ଦେଇଛନ୍ତି । ତାହା ଠିକ୍ ଭାବେଗ୍ରାମାଂଚଳ ଜନସାଧାରଣଙ୍କ ପାଖରେ ପହଁଚି ନାହିଁ । ବିଜେଡି ନେତା, ମନ୍ତ୍ରୀ ଓ କର୍ମୀମାନେ ଏହି ଅର୍ଥକୁ ବାଟମାରଣା କରି ଆତ୍ମସାତକରିଛନ୍ତି । ଜନ ସଂପର୍କ ମାଧ୍ୟମରେ ପ୍ରତ୍ୟେକ ପରିବାରକୁ ଅବଗତ କରିବା ସହ ରାଜ୍ୟ ସରକାର ଦୁର୍ନୀତି, ଭ୍ରଷ୍ଟାଚାର ଓ ଆଇନ୍ ଶୃଙ୍ଖଳାରଦୃଢ ଅବନତି ବାବଦରେ ଜନସାଧାରଣଙ୍କୁ ସଚେତନ କରାଇବେ । ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେଭୋଟ୍ ଦେଇ ରାଜ୍ୟରେ ଏକ ସ୍ୱଚ୍ଛ, ନିର୍ମଳ ସରକାର ଗଠନ କରିବା ସହ କେନ୍ଦ୍ରରେ ପୁନର୍ବାର ମୋଦି ସରକାର ଗଠନ ପାଇଁ ଭୋଟରଙ୍କହୃଦୟରେ ଭାବନା ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ । ଆସନ୍ତା ୫ ତାରିଖ ଭିତରେ ପ୍ରତ୍ୟେକ ମଣ୍ଡଳରେ କର୍ମଶାଳାର ଆୟୋଜନକରିବା ପାଇଁ ନିଷ୍ପତି ନିଆଯାଇଥିଲା । ଜିଲ୍ଲା ଉପସଭାନେତ୍ରୀ ଇତିଶ୍ରୀ ସାହୁଙ୍କୁ ଜିଲ୍ଲା ସଂଯୋଜକ ଭାବେ ଘୋଷଣା କରାଯିବା ସ୍ଥଳେଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ପାଇଁ ରତିକାନ୍ତ ସାହୁ, କାମାକ୍ଷାନଗର ପାଇଁ ଲଳିତ ସାହୁ, ପରଜଙ୍ଗ ପାଇଁ ଲଳିତ ସାହୁ, ହିନ୍ଦୋଳପାଇଁ ସୁନିଲ୍ ପାତ୍ର ସହସଂଯୋଜକ ଭାବେ ମନୋନୟନ କରାଯାଇଥିଲା । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ, ପୂର୍ବତନବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘ୍ନ ଜେନା, ଲୋକସଭା ସଂଯୋଜକପ୍ରେମାନନ୍ଦ ଜେନା, ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ମଂଚାସିନ ଥିବା ସ୍ଥଳେ ଜିଲ୍ଲା ସାଧାରଣ ସମ୍ପାଦକ ସୁନିଳ୍ ଶର୍ମା, ରାସ ବିହାରୀ ବେହେରା,ବରିଷ୍ଠ ନେତା ରାମ ଚନ୍ଦ୍ର ପାତ୍ର, ମଡିଆ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ଲେଙ୍କା, ମାତୃ ପ୍ରସାଦ ନନ୍ଦ, ଶିବପ୍ରସାଦ ସାହୁ, ସନାତନ ବେହେରା, ଜିଲ୍ଲା ସମ୍ପାଦକ ରୁନୁବାଳା ରାଉତ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସହଦେବ ପୃଷ୍ଟି, ଓବିସି ମୋର୍ଚ୍ଚାଜିଲ୍ଲା ସଭାପତି ପ୍ରଶାନ୍ତ ପ୍ରଧାନ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ମହାଦୀପ ଯଶୋବନ୍ତ ମହିମା, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟସତ୍ୟ ରଞ୍ଜନ ଭୂୟାଁ, ରାଜ୍ୟ ଓବିସି କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁ, ଦୀପକପ୍ରସାଦ ପଟ୍ଟନାୟକ, ରମେଶ ସାମଲ, ଶିଶିରକାନ୍ତ ବେହେରା, ସଞ୍ଜୁକ୍ତା ହୋତା, ନିବେଦିତା ରାଉତ, ଧୃବ ଚରଣ ସ୍ୱାଇଁ, ସମସ୍ତ ମଣ୍ଡଳସଭାପତି, ସାଧାରଣ ସମ୍ପାଦକ, ବରିଷ୍ଠ କାର୍ଯ୍ୟକର୍ତା, ଲୋକସଭା ବିସ୍ତାରକ ପ୍ରଦୀପ ବିଶ୍ୱାଳଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉକ୍ତକର୍ମଶାଳାରେ ଯୋଗଦେଇଥିଲେ । ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ରାସ ବିହାରୀ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

two × 4 =