ହାଇକମାଣ୍ଡ ସଂସ୍କୃତି, ଅର୍ଥ ଓ ବାହୁବଳ ଗଣତନ୍ତ୍ରର ଅବକ୍ଷୟ କରିଚାଲିଛି !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ ସଭାପତି ଡାକ୍ତର ତୁଷାର କାନ୍ତି ନାୟକଙ୍କ ଅଧ୍ୟକ୍ଷତାରେ ସାମାଜିକ ସଂଗଠନ ସୌନ୍ଦର୍ଯ୍ୟା,ଗାନ୍ଧୀ ଅଧ୍ୟୟନ କେନ୍ଦ୍ରର ସଦସ୍ୟଗଣ ସ୍ଥାନୀୟ ଗାନ୍ଧୀ ପାର୍କରେ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ । ଏହି ଅବସରରେ ଦେଶର ଗଣତାନ୍ତ୍ରିକବ୍ୟବସ୍ଥାର ବାସ୍ତବିକ ରୂପରେଖ ସମ୍ପର୍କରେ ଆଲୋଚନା କରାଯାଇଥିଲା । ରାଜନୈତିକ ଦଳ ଗୁଡ଼ିକର ହାଇକମାଣ୍ଡ ସଂସ୍କୃତି, ନିର୍ବାଚନରେ ଦଳୀୟଟିକେଟ ପାଇ ଅର୍ଥବଳ ଥିବା ଏବଂ ବାହୁବଳୀ ଅସାମାଜିକ ବ୍ୟକ୍ତିବିଶେଷ ବିଧାୟକ ଅବା ସାଂସଦ ହେବା ଦ୍ୱାରା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାର ଅବକ୍ଷୟହୋଇଚାଲିଛି ଏବଂ ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରିବ ବୋଲି ସଦସ୍ୟମାନେ ଦେଶବାସୀଙ୍କୁ ସତର୍କ କରିଛନ୍ତି । ହାଇକମାଣ୍ଡ ପରମ୍ପରାରେ କେବଳଦଳର ମୁଖିଆ ଏବଂ ତାଙ୍କର ଅଳ୍ପକିଛି ଚାଟୁକାରଙ୍କୁ ନେଇ ଆଇନ ପ୍ରଣୟନ କରାଯାଇଥାଏ ଏବଂ ଶାସନ କାର୍ଯ୍ୟ ପରିଚାଳନା କରାଯାଇଥାଏ । ଶତକଡା୯୫% ପ୍ରତିନିଧି ହାତଟେକା ପଛଧାଡି ସଦସ୍ୟ ଭାବେ ଗଣାଯାଇଥାଆନ୍ତି । ଏପରିକି ଲୋକପ୍ରତିନିଧି ଗଣ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ଉପସ୍ଥାପନକରିବାକୁ ହାଇକମାଣ୍ଡଙ୍କ ଆଗରେ ସାହାସ ବାନ୍ଧି ପାରନ୍ତି ନାହିଁ, ଭବିଷ୍ୟତରେ ଟିକେଟ ହରାଇବା ଭୟରେ । ନିର୍ବାଚନରେ ଶତପ୍ରତିଶତ ଭୋଟଦାନନିମନ୍ତେ ଆଇନ୍ ପ୍ରଣୟନ ହେବା ଆବଶ୍ୟକ ଯାହା ହାସଲ କରିବାପାଇଁ ବନ୍ଦୋବସ୍ତ ହେବା ଜରୁରୀ । ନିର୍ବାଚନ ଦିବସରେ ଅନେକ ମତଦାତା ଚିକିତ୍ସାନିମନ୍ତେ ଅବା କାର୍ଯ୍ୟକ୍ଷେତ୍ରରେ ରହିଯାଇ ଭୋଟ ଦେବାରୁ ବଂଚିତ ହୋଇଥାଆନ୍ତି । ଆମେରିକା ଭଳି ପୋଷ୍ଟାଲ୍ ବ୍ୟାଲଟ୍ ସୁବିଧାର ଆବଶ୍ୟକତା ରହିଛି । ଆମେରିକାରେ ରାଷ୍ଟ୍ରପତି ମାତ୍ର ଦୁଇଥର ଅର୍ଥାତ୍ ୮ ବର୍ଷ କ୍ଷମତାରେ ରହିପାରିବେ । ଆମର ଗଣତନ୍ତ୍ରକୁ ସୁଦୃଢ କରିବା ନିମନ୍ତେ ଏହି ଆଇନ୍ ପ୍ରଣୟନକରାଯିବା ଆବଶ୍ୟକ । ଏହାଦ୍ୱାରା ନିର୍ବାଚିତ ସରକାର ଅଧିକ କ୍ରିୟାଶୀଳ ହୋଇପାରିବେ ବୋଲି ମତପ୍ରକାଶ ପାଇଛି । ଆମ ଭୋଟର ମାନଙ୍କ ମଧ୍ୟରେଗଣତନ୍ତ୍ରର ଅର୍ଥ, ଆବଶ୍ୟକତା ଓ ଏହାଦ୍ୱାରା ବ୍ୟକ୍ତି ବିଶେଷ ତଥା ଦେଶର କିପରି ଉନ୍ନତି ହୋଇପାରେ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବାନିମନ୍ତେ ସାମାଜିକ ସଂଗଠନ, ଗଣମାଧ୍ୟମ ଏବଂ ବୁଦ୍ଧିଜୀବୀ ମାନେ ପ୍ରଚେଷ୍ଟା କରିବା ନିମନ୍ତେ ସଦସ୍ୟମାନେ ଆହ୍ୱାନ ଦେଇଛନ୍ତି । କିଛି ଅର୍ଥ ବିନିମୟରେଭୋଟ୍ ଦେବା ଏକ ଦୁର୍ବଳ ମାନସିକତା ଏବଂ ଗଣତନ୍ତ୍ର ପାଇଁ ଭୟଙ୍କର ବ୍ୟାଧି ସଦୃଶ ବୋଲି ସଦସ୍ୟମାନେ ସମାଲୋଚନା କରିଥିଲେ । ସଭାରେ ରୁଦ୍ରପ୍ରକାଶ ଶରଣ , ସରୋଜ ସତପଥି , ସ୍ମୀତାରାଣୀ ସାମଲ , ପ୍ରଫୁଲ୍ଲ ମହାନ୍ତି , ରୁବିନା ବେଗମ୍‌, ଅଜେୟ ସାମଲ, ଏବଂ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରରଛାତ୍ରୀମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

12 + 13 =