ଢେଙ୍କାନାଳ ପୌରାଚଂଳର ୱାଡଗୁଡିକରେ ପରିକ୍ରମା କଲା ଅର୍ପଣ ରଥ !


ଢେଙ୍କାନାଳ : ଶ୍ରୀ ମନ୍ଦିର ପୁରୀରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଗତ୧୭ତାରିଖରୁ ସାରା ରାଜ୍ୟ ର ଗାଁ ଠାରୁ ସହର ଅର୍ପଣ ରଥ ପରିକ୍ରମା କରୁଛି । ଏହି ଅର୍ପଣ ରଥରେ ସମସ୍ତେ ଯୋଡିହେବା ପାଇଁ ସଂଗ୍ରହ ହେଉଛି ଅରୁଆ ଚାଉଳ ଓ ଗୁଆ । ଏହି ଅବସରରେ ଅର୍ପଣ ରଥ ଢେଙ୍କାନାଳ ପୌରାଚଂଳର ସମସ୍ତ ୱାଡ ଗୁଡିକୁ ପରକ୍ରମା କରି ଆଜି ଶୁକ୍ରବାର ଦିନ ଢେଙ୍କାନାଳ ପୌରାଞ୍ଚଳ ର ୨୦ନଂ ୱାଡ ଠାରୁ ସକାଳ ୯ଟାରେ ବାହରି ୨୧ନଂ, ୨୨ନଂ, ଓ ୨୩ନଂ ୱାଡ ଗୁଡିକୁ ପରକ୍ରମା କରିଥିଲା । ଏହି ସବୁ ସ୍ଥାନମାନଙ୍କରେ ମହିଳା ମାନଙ୍କ ଦ୍ୱାରା ସଂକୀର୍ତନ, ଶଂଙ୍ଖ ଘଣ୍ଟନାଦ ଓ ହୁଳହୁଲି ସହିତ ଜୟ ଜଗନ୍ନାଥ ଧ୍ୱନିରେ ର୍ପକମ୍ପିତ ହୋଇ ଅର୍ପଣ ରଥ ସାହି ଗୁଡିକରେ ବୁଲିଥିଲା । ବିଶେଷକରି ମହିଳା ଶ୍ରଦ୍ଧାଳୁମାନେ ନିଜ ନିଜ ଘର ଆଗରେ ଅର୍ପଣ ରଥକୁ ସ୍ୱାଗତ କରି ବନ୍ଦାପନା କରିବା ସହ ମୁରୁଜ ପକାଇ ଓ କଳସ ଇତ୍ୟାଦି ବସାଇ ରଥକୁ ସ୍ୱାଗତ କରିଥିଲେ । ଏଥିସହିତ ଅଧ୍ୟାତ୍ମିକ ଭାବାବେଗରେ ଅରୁଆ ଚାଉଳ ଓ ଗୁଆ, ନଡିଆ ପ୍ରଦାନ କରିଥିଲେ । ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର, ପୌର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁରଙ୍କ ନେତୃତ୍ୱରେ ଅର୍ପଣ ରଥ ସହର ସାରା ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମକୁ କାଉନସିଲର ଶୁଭଲକ୍ଷ୍ମୀ ସାହୁ, ଦିପ୍ତିରଞନ ସେଠୀ, ରୋଜାଲିନ ସାହୁ, ବ୍ରହ୍ମାନନ୍ଦ ମଲିକ, ବିଜେଡି ମହିଳା ଉପସଭାପତି ଉର୍ବଶୀ ମହାପାତ୍ର, ୨୧ନଂ ୱାଡର ମହିଳା ନେତ୍ରୀ ସଂଦ୍ଧ୍ୟାରାଣୀ ପଣ୍ଡା, ସୁଜିତ କୁମାର ସାହୁ, ପ୍ରଦୀପ ସାହୁ ପ୍ରମୁଖ ପରିଚାଳନାରେ ସହେଯାଗ କରିଥିଲେ ।

Leave A Reply

Your email address will not be published.

four × 2 =