ଢ଼େଙ୍କାନାଳ : ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା,ୟୁଥ୍ ରେଡକ୍ରସ,ଏନ୍ ସି ସି ମିଳିତ ଆନୁକୁଲ୍ୟରେ ସ୍ବାମୀ ବିବେକା ନନ୍ଦ ଙ୍କ ର ୧୬୧ ତମ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବାମୀ ଵିବେକାନନ୍ଦ ଙ୍କ ର ଲକ୍ଷ୍ୟ,ଆଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ ସ୍ବାମୀ ଵିବେକାନନ୍ଦ କହିଥିଲେ “ଲକ୍ଷ୍ୟ ପ୍ରାପ୍ତି ପାଇଁ କଦାପି ତୁମେ ତୁମ ସ୍ୱାଭିମାନ ସହ ସାଲିସ କରନାହିଁ, କାହିଁକି ନା ତୁମ ସ୍ୱାଭିମାନ ହିଁ ତୁମ ବ୍ୟକ୍ତିତ୍ଵ ର ପରିଚୟ” । ସ୍ବାମୀ ବିବେକାନନ୍ଦ ଙ୍କ ମାର୍ଗ ଅନୁସରଣ କଲେ ପ୍ରତ୍ୟେକ ବ୍ୟକ୍ତି ନିଶ୍ଚୟ ସଫଳତାର ଶୀର୍ଷରେ ପହଞ୍ଚି ପାରିବ ବୋଲି ଅଧ୍ୟକ୍ଷ ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ । ସ୍ବାମୀଜୀ ସତ୍ୟ ସନାତନ ଧର୍ମ ହିଁ ସବୁ ଧର୍ମ ର ମୂଳ ବୋଲି ରାଜନୀତି ବିଜ୍ଞାନ ଅଧ୍ୟାପିକା ଡ଼ଃ ମମତା ପାତ୍ର ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏନ୍ ସି ସି ଅଫିସର୍ ପ୍ରମିଳା ଦାସ ,ଅଧ୍ୟାପକ ପ୍ରଶାନ୍ତ ରାଉତରାୟ,ଶୁଭମ୍ ବେହେରା ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଜାତୀୟ ସେବା ଯୋଜନା ସଂଯୋଜକ ଅଧ୍ୟାପକ ନିରଞ୍ଜନ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ୟୁଥ ରେଡକ୍ରସ କାଉନସେଲର ଅଧ୍ୟାପିକା ଅନୁପମା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରୀ ମାନେ ମହାରାଷ୍ଟ୍ର ର ନାସିକ ଠାରେ ଅନୁଷ୍ଠିତ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ କୁ ପ୍ରୋଜେକ୍ଟର ଜରିଆରେ ସିଧା ପ୍ରସାରଣ ଦେଖିଥିଲେ । ଏହି ଅବସରରେ ଛାତ୍ରୀ ମାନେ ନଗର ପରିକ୍ରମା କରି ସ୍ବଚ୍ଛତା ସମ୍ପର୍କରେ ସ୍ଲୋଗାନ ଦେଇ ଜନ ସାଧାରଣଙ୍କୁ ସଚେତନ କରାଇଥିଲେ ।