“ଶ୍ରେୟା” ଅନୁଷ୍ଠାନ ଦ୍ଵାରା ଅଷ୍ଟମ ବୁଦ୍ଧେଶ୍ୱରି ମହୋତ୍ସବ ଏବଂ ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ : ଗୋପବନ୍ଧୁ ଟାଉନ ହଲ ଠାରେ, ‘ଶ୍ରେୟା’ ଅନୁଷ୍ଠାନ ତରଫରୁ ଅଷ୍ଟମ ବୁଦ୍ଧେଶ୍ଵରି ମହୋତ୍ସବ ଏବଂ ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ପ୍ରାତଃ ସମୟରେ ଅନୁଷ୍ଠାନର ସଭାପତି ପ୍ରିୟଙ୍କା ରାଉତ, ସମ୍ପାଦକ ଜ୍ୟୋତି ରଞ୍ଜନ ମହାରଣା, ଶ୍ରେୟା ଚେସ ଏକାଡେମୀ ର ନିର୍ଦ୍ଦେଶିକା ସାଗରିକା ମିଶ୍ର, ରାଇଜ ଅନୁଷ୍ଠାନ ର ସମ୍ପାଦକ ସତ୍ୟ ନାରାୟଣ ବିଶ୍ଵାଳ ଙ୍କ ଉପସ୍ଥିତି ରେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରା ଯାଇଥିଲା।ସାନ୍ଧ୍ୟ ଅଧିବେଶନ ରେ ସଭାପତି ଭାବେ ସ୍ଵର୍ଣ୍ଣ ଲତା ମିଶ୍ର ସଭାପତିତ୍ଵ କରିଥିଲେ। ମୁଖ୍ୟ ଅତିଥି ଭାବେ ସିବିଆଇ ଅବସର ପ୍ରାପ୍ତ ଜଜ୍ ଭିକାରୀ ଚରଣ ରାଉତ ଅନୁଷ୍ଠାନର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଏବଂ କଳା, ସଂସ୍କୃତି କୁ ବଞ୍ଚେଇ ରଖିବାର ପ୍ରୟାସ କୁ ଭୂୟସୀ ପ୍ରଶଂସା କରିଥିଲେ। ସାହିତ୍ୟିକ ତଥା ଇଂ.ଦୁର୍ଗା ପ୍ରସାଦ ମହାନ୍ତି  ମୁଖ୍ୟ ବକ୍ତା , ସମାଜ ସେବୀ ସୁଜାତା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରେୟା ସମ୍ପାଦକ ଜ୍ୟୋତି ରଞ୍ଜନ ମହାରଣା ବାର୍ଷିକ ବିବରଣୀ କିପରି ସବୁବର୍ଗ ର ବ୍ୟକ୍ତି ଙ୍କ ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତତ୍ ସଙ୍ଗେ କଳା, ସଂସ୍କୃତି, ସଙ୍ଗୀତ, ନୃତ୍ୟ, ଚେସ , ଶ୍ରେୟା ଅନୁଷ୍ଠାନ ଦ୍ଵାରା ରାଜ୍ୟ ତଥା ରାଜ୍ୟ ବାହାରେ କୃତି ଛାତ୍ର ଛାତ୍ରୀ ପୁରସ୍କୃତ ହେଉଛନ୍ତି ।କଂସା ପିତଳ ବାସନ ର କଳାକାର ଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ସେ ବିଷୟ ରେ ବିବରଣୀ ପାଠ କରିଥିଲେ। ସଗରିକା ମିଶ୍ର, ଶ୍ରେୟା ଚେସ ଏକାଡେମୀ ର ନିର୍ଦ୍ଦେଶିକା ଧନ୍ୟବାଦ ଅର୍ପଣ କରିଥିଲେ। ସଙ୍ଗୀତ ଗୁରୁ ବ୍ରଜ ବନ୍ଧୁ ରଣସିଂହ ଙ୍କୁ ” ଶ୍ରେୟା ସମ୍ମାନ-୨୦୨୪”ଏବଂ ରୁଦ୍ର ପ୍ରାସାଦ ମହାନ୍ତି ଙ୍କୁ ସୁ ସାହିତ୍ୟିକ ସ୍ବର୍ଗତ ରାମଚନ୍ଦ୍ର ମହାନ୍ତି ଙ୍କ ନାମରେ ” ରାମଚନ୍ଦ୍ର ମହାନ୍ତି “ସ୍ମାରକୀ ପ୍ରଦାନ କରା ଯାଇଥିଲା। ସୁଶାନ୍ତ ପାଣି, ବିଜ୍ଞାନ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।ଇଂ. ମନୋରଞ୍ଜନ ପତି, ସାଇ ଆଲାଦିନି ପୃଷ୍ଟି, ବନ୍ଦନା ପଣ୍ଡା, ମାମିନା ଦୀକ୍ଷିତ, ଶ୍ରଦ୍ଧାଞ୍ଜୀ ସାହୁ, ମମତା ମିଶ୍ର, ବାପିନି ସ୍ୱାଇଁ ସହଯୋଗ କରିଥିଲେ। ଶ୍ରେୟା ଅନୁଷ୍ଠାନର ତାନଭି ମିଶ୍ର, ସାନଭି ମିଶ୍ର, ଜନ୍ନଭି ମିଶ୍ର, ଆଦୃତା ଶିଶୁ ଗୃହର କଳାକାର, ସୂର୍ ସଙ୍ଗୀତ ଗ୍ରୁପ,ରିଙ୍କିଲ ଡାନ୍ସ ଗ୍ରୁପ , ଆଶିଷ ପାଲ ଗ୍ରୁପ ର କୁନି କୁନି କଳାକାର ମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। କୃତି ଛାତ୍ର ଛାତ୍ରୀ ଏବଂ ବିଚାରକ ମଣ୍ଡଳୀଙ୍କୁ ବୃକ୍ଷ,ପୁଷ୍ପ ଗୁଛ ଓ ଉତ୍ତରୀୟ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରି ସମ୍ବର୍ଦ୍ଧିତ କରା ଯାଇଥିଲା।

Leave A Reply

Your email address will not be published.

15 + 18 =