ଢେଙ୍କାନାଳ ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଉଦ୍‌ଯାପିତ !

ଢେଙ୍କାନାଳ : ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ
‘ନୂଆ-ଓ ‘ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଅଛି । ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ଆଧାରରେ ପ୍ରଥମ ପର୍ଯ୍ୟାୟରେସାଂସ୍କୃତିକ ଓ ଦ୍ୱିତୀୟ ପର୍ଯ୍ୟାୟରେ ଉଦ୍‌ଯାପନୀ ସଭା ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେମଂଚାସୀନ ଅତିଥିମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ, ସମ୍ମାନିତ ଅତିଥି ଭାବେ”ନୂଆ-ଓ’ କାର୍ଯ୍ୟକ୍ରମର ଢେଙ୍କାନାଳ ଜିଲ୍ଲା ମୁଖ୍ୟ ସଂଯୋଜକ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ରାସାୟନ ବିଭାଗ ମୁଖ୍ୟଡଃ ଦେବାଶିଷ ମହାନ୍ତି, ଢେଙ୍କାନାଳ ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ସଭାର ସଭାପତି ସାଂଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃସମୀର ସାହୁ, ଉଚ୍ଚ ମାଧ୍ୟମିକ ବିଦ୍ୟାଳ୍ୟର ଅଧ୍ୟକ୍ଷ ମାନଗୋବିନ୍ଦ ଗୋଚ୍ଛି, ନୋଡାଲ୍ ଅଫିସର ସମୀର କୁମାର ମଲ୍ଲିକ ଓ ଅକ୍ଷୟ କୁମାରନାଥ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ସାଂସଦ ଶ୍ରୀ ସାହୁ ପିଲାମାନଙ୍କୁ ଶୃଙ୍ଖଳିତ ହୋଇ ନିଜେ ସ୍ୱପ୍ନ ଦେଖି ‘ନୂଆ-ଓ’, ଯୁବ ଓଡିଶା,ନବୀନ ଓଡିଶାକୁ ପାଥେୟ କରି ସମାଜରେ ଖ୍ୟାତି ଅର୍ଜନ କରିପାରିବେ ବୋଲି ମତବ୍ୟକ୍ତ କରି ଢେଙ୍କାନାଳ ବୁଦ୍ଧିଜୀବୀଙ୍କ ସମ୍ମିଳିତ
ଉଦ୍ୟମରେ ଢେଙ୍କାନାଳ ସାଂଧ୍ୟ ମହାବିଦ୍ୟାଳୟର ଉନ୍ନତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି “ନୂଆ-ଓ’ ରମୁଖ୍ୟ ସଂଯୋଜକ ପ୍ରଫେସର ଦେବାଶିଷ ମହାନ୍ତି ସାରା ଜିଲ୍ଲାର ପ୍ରତି କଲେଜ୍‌ରେ “ନୂଆ-ଓ’ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବେ ପରିଚାଳିତହୋଇଛି ବୋଲି ମତବ୍ୟକ୍ତ କରିଥିବାବେଳେ ସାଂଧ୍ୟ ମହାବିଦ୍ୟାଳୟକୁ ଉଚ୍ଚ ପ୍ରଶଂସିତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଢେଙ୍କାନାଳପୌରପରିଷଦର ଉପାଧ୍ୟକ୍ଷ ଶ୍ରୀ କୁଅଁର ସାଂଧ୍ୟ ମହାବିଦ୍ୟାଳୟର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିବାବେଳେ ଛାତ୍ରଛାତ୍ରୀମାନେ ଭବିଷ୍ୟତରେସୁନାଗରିକ ଭାବେ ସୁସ୍ଥ ସମାଜ ଗଠନରେ ସହାୟକ ହୁଅନ୍ତୁ ବୋଲି ପରାମର୍ଶ ପ୍ରଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟ ସାଂସ୍କୃତିକମଂଚରେ ଅତିଥି ଭାବେ ପ୍ରାକ୍ତନ ଜଜ୍ ଭିକାରୀ ଚରଣ ରାଉତ, ଜିଲ୍ଲା ଲେଖକ ସଂସଦ ସଭାପତି ବସନ୍ତ କୁମାର ପଟ୍ଟନାୟକ, ଶିଳ୍ପୀପରେଶ ଚନ୍ଦ୍ର ପଟ୍ଟନାୟକ, ବାହାଦୂର ପାଟ୍ଟସାହାଣୀ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟରଛାତ୍ରୀ ତଥା ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ସ୍ୱପ୍ନାପ୍ରିୟଦର୍ଶିନୀ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଭିନିତ ଦଣ୍ଡନୃତ୍ୟ ମୁଖ୍ୟ ଆକର୍ଷଣ ସାଜିଥିଲା ।ସଭା ଶେଷରେ ସାଂସଦ ଶ୍ରୀ ସାହୁ ଓ ପୌର ଉପାଧ୍ୟକ୍ଷଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।ଶେଷରେ ସାଂଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳ୍ୟର ଅଧ୍ୟକ୍ଷ ମାନଗୋବିନ୍ଦ ଗୋଚ୍ଛି ଧନ୍ୟବାଦ ପ୍ରଦାନ କରିବା ପରେ ସଭାପତି ଡଃ ସମୀରକୁମାର ସାହୁ ସଭାସାଙ୍ଗ ହେଲା ବୋଲି ଘୋଷଣା କରିଥିଲେ ।

Leave A Reply

Your email address will not be published.

eighteen − fifteen =